ETV Bharat / bharat

ଉପବାଚସ୍ପତି ନିର୍ବାଚନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧିର ରଞ୍ଜନ ଚୌଧୁରୀ - ଲୋକସଭା ବାଚସ୍ପତି ଓମ ବିର୍ଲା

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ।ମୌସୁମୀ ଅଧିବେଶନ ପୂର୍ବରୁ ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟା ସାରି କରିବାକୁ ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ...

ଉପବାଚସ୍ପତି ନିର୍ବାଚନ ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ ଅଧିର ରଞ୍ଜନ ଚୌଧୁରୀ

author img

By

Published : Jun 15, 2021, 6:44 AM IST

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧୀର ସୋମବାର ଦିନ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସଂସଦର ମୌସୁମୀ ଅଧିବେଶନରେ ଗୃହର ଉପବାଚସ୍ପତି ନିର୍ବାଚନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଦେଖାଯାଇଛି ।

ଚୌଧୁରୀ ବାଚସ୍ପତିଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ 17 ତମ ଲୋକସଭା ଗଠନ ହେବାର ଦୁଇ ବର୍ଷ ବିତିଯାଇଛି ଏବଂ ଗୃହରେ ଉପବାଚସ୍ପତି ନାହାଁନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ଖାଲି ରହିଛି ,ଯାହା ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁଚିତ । ଲୋକସଭାର ଉପବାଚସ୍ପତି ବିରୋଧୀ ଦଳ ଖାତାକୁ ଆସିବାର ପରମ୍ପରା ରହିଥିବା ମଧ୍ୟ ସେ ଚିଠିରେ ଦର୍ଶାଇଛନ୍ତି । ତେଣୁ ସଂସଦର ପରବର୍ତ୍ତୀ ମୌସୁମୀ ଅଧିବେଶନ ପୂର୍ବରୁ ଲୋକସଭାର ଡେପୁଟି ବାଚସ୍ପତି ଚୟନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ସେ ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି ।

କଂଗ୍ରେସ ନେତା ଅଧିର ଆହୁରି ମଧ୍ୟ କହିଛନ୍ତି ଯେ ଏହି ପଦବୀ ବିରୋଧୀ ଦଳକୁ ଯିବ । ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥିତ ନିୟମକୁ କଂଗ୍ରସ ଅନୁପାଳନ ନିଶ୍ଚୟ କରିବ । ଏହି ପ୍ରସଙ୍ଗରେ ସେ ବାଚସ୍ପତିଙ୍କ ପଦକ୍ଷେପକୁ ଅପେକ୍ଷା କରିବେ ବୋଲି ମଧ୍ୟ ଚିଠିରେ ଦର୍ଶାଇଛନ୍ତି । ସେ ଅତୀତରେ ଉପବାଚସ୍ପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

(ANI)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.