ETV Bharat / bharat

Pegasus issue: କେନ୍ଦ୍ର ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଦାବି କଲା କଂଗ୍ରେସ

ପେଗାସସ ପ୍ରସଙ୍ଗରେ ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବ ବିରୋଧି କଂଗ୍ରେସ । ଲୋକସଭାରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ କେନ୍ଦ୍ର IT ମନ୍ତ୍ରୀ ବୈଷ୍ଣବଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

author img

By

Published : Jan 30, 2022, 10:57 PM IST

Pegasus issue: କେନ୍ଦ୍ର ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଦାବି କଲା କଂଗ୍ରେସ
Pegasus issue: କେନ୍ଦ୍ର ସୂଚନା ପ୍ରଯୁକ୍ତବିଦ୍ୟା ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଠାରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ପୁଣି ପେଗାସସ ଗୁପ୍ତଚର ପ୍ରସଙ୍ଗରେ ଗୃହ ଉଷ୍ମ ହେବାକୁ ଯାଉଛି । ପେଗାସସ୍ ପ୍ରସଙ୍ଗରେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ଦାବି କରିଛି କଂଗ୍ରେସ । ଆଜି ଲୋକସଭାର କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଦାବି କରିଛନ୍ତି ।

ଆମେରିକୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଭାରତ ଏହି ସଫ୍ଟଓ୍ବେର ଇସ୍ରାଏଲ ଠାରୁ କିଣିଥିଲା । 2017 ରେ ପେଗାସସ୍ ଗୁପ୍ତଚର ଉପକରଣ କିଣିବା ପାଇଁ ଇସ୍ରାଏଲ୍ ସହିତ ଏକ ଚୁକ୍ତିନାମାରେ ଅଂଶ ଗ୍ରହଣ କରିଛି ଭାରତ । ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ରାଜନୀତିରେ ପୁଣି ଉଷ୍ମତା ବଢିବାରେ ଲାଗିଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମୋଦି ସରକାରକୁ ସମାଲୋଚନା କରିବା ସହ ମୋଦି ସରକାର କାହିଁକି ଭାରତୀୟଙ୍କ ବିରୋଧରେ ଶତ୍ରୁମାନଙ୍କ ଭଳି କାର୍ଯ୍ୟ କଲେ ବୋଲି ପ୍ରଶ୍ନ କରିଛନ୍ତି ।

ଏହି ସଫ୍ଟଓ୍ବେର ବ୍ୟବହାର କରି କେନ୍ଦ୍ର ସରକାର ଅନେକ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ ବୋଲି ଖଡଗେ କହିଛନ୍ତି । ରାଜନେତା, ବ୍ୟବସାୟୀ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି ବୋଲି ବିରୋଧି ଦାବି କରିଆସୁଥିବା ବେଳେ ସରକାର ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି । ତେବେ ଆସନ୍ତାକାଲି ଠାରୁ ବଜେଟ ଅଧିବେଶନ ଆରମ୍ଭରୁ କଂଗ୍ରେସ ଏହାକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.