ETV Bharat / bharat

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଗୌତମ ଆଦାନୀଙ୍କ ପ୍ରତିକ୍ରିୟା, 'ଏହା ସତ୍ୟର ଜୟ'

author img

By ETV Bharat Odisha Team

Published : Jan 3, 2024, 12:34 PM IST

Adani tweets on SC judgement: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ। ସତ୍ୟର ଜୟ ହୋଇଛି ବୋଲି ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ଆଦାନୀ । ଅଧିକ ପଢ଼ନ୍ତୁ

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଗୌତମ ଆଦାନୀଙ୍କ ପ୍ରତିକ୍ରିୟା , 'ସତ୍ୟର ଜୟ ହୋଇଛି'

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମ ରାୟ । ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଆଜି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ତିନି ଜଣିଆ ଖଣ୍ଡପୀଠ ଏସଆଇଟି ତଦନ୍ତ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)ତୁ ତଦନ୍ତଭାର ହସ୍ତାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି । ବର୍ତ୍ତମାନର ମାମଲାର ତଦନ୍ତ କରୁଛି ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ-ସେବି । ତିନି ମାସ ମଧ୍ୟରେ ସେବି, ୨ଟି ମାମଲାରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ । ସେ ଏକ୍ସରେ ଲେଖିଛନ୍ତି , 'ସୁପ୍ରିମକୋର୍ଟଙ୍କ ରାୟ ଦର୍ଶାଉଛି ଯେ, ସତ୍ୟର ବିଜୟ ହୋଇଛି । ଯେଉଁମାନେ ଆମ ପାଖରେ ଠିଆ ହୋଇଥିଲେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଆମର ଅବଦାନ ଜାରି ରହିବ। '

ଏହା ମଧ୍ୟ ପଢନ୍ତୁ: ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ସେବିର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ନେଇ ସୁପ୍ରିମକୋର୍ଟଙ୍କ କ୍ଷମତା ସୀମିତ ଅଟେ । ତେବେ ବର୍ତ୍ତମାନ ସ୍ଥିତିରେ ସେବି ଦ୍ବାରା ଚାଲିଥିବା ତଦନ୍ତକୁ ଏସାଆଇଟିକୁ ହସ୍ତାନ୍ତର କରିବାର ଆବଶ୍ୟକତା ନାହିଁ । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ୨୪ଟି କେସ୍ ମଧ୍ୟରୁ ୨ଟିର ତଦନ୍ତ ଆସନ୍ତା ୩ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ନିୟାମକ ଢାଞ୍ଚାକୁ ମଜବୁତ କରିବାକୁ ଏକ ବିଶେଷଜ୍ଞ କମିଟିର ସୁପାରିଶକୁ ବିଚାର କରିବାକୁ, ଉଭୟ କେନ୍ଦ୍ର ସରକାର ଏବଂ SEBIକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗତ ନଭେମ୍ବର 24ରେ ସୁପ୍ରି୍ମକୋର୍ଟ ମାମଲାର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ।

ଏହା ମଧ୍ୟ ପଢନ୍ତୁ: ଆଦାନୀ-ହିଣ୍ଡେନବର୍ଗ ବିବାଦ: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସେବି

ହିଣ୍ଡେନବର୍ଗ-ଆଦାନୀ ମାମଲା: ଆମେରିକାର ସର୍ଟ ସେଲର ଫାର୍ମ 2023 ଜାନୁଆରୀ ମାସରେ ଆଦାନୀ ଗ୍ରୁପର ସେୟାର କାରବାରକୁ ନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ହିଣ୍ଡେନବର୍ଗ ପ୍ରତିଷ୍ଠାତା ନାଥନ ଏଣ୍ଡକସେନ, ଆଦାନୀ ଗ୍ରୁପ ଦ୍ବାରା ଷ୍ଟକ୍‌ ବଜାରରେ ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଅହେତୁକ ଭାବେ ହ୍ରାସ ପାଇଥିଲା । କେବଳ ସେତିକି ନୁହେଁ, ବିଶ୍ବରେ ଧନୀ ତାଲିକାରେ ଆଦାନୀ ଗ୍ରୁପ୍ ତଳକୁ ଖସିଯାଇଥିଲା । ପରେ ସେବି ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତେବେ ଏହି ମାମଲାକୁ ଏସଆଇଟିକୁ ହସ୍ତାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରି୍ମକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.