ETV Bharat / bharat

ଜୟ ଭୀମ ଚଳଚ୍ଚିତ୍ରର ପ୍ରକୃତ ଚରିତ୍ରଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଦେଲେ ଅଭିନେତା ସୁରିଆ

author img

By

Published : Nov 17, 2021, 5:27 PM IST

Updated : Nov 17, 2021, 5:45 PM IST

ନିକଟରେ ମୁକ୍ତିଲାଭ କରିଥିବା ଚଳଚିତ୍ର ଜୟ ଭୀମର ପ୍ରକୃତ ଚରିତ୍ରଙ୍କ ପତ୍ନୀଙ୍କୁ ଅଭିନେତା ସୁରିଆ ଦେଲେ ୧୫ଲକ୍ଷର ସହାୟତା । ଆର୍ଥିକ ସହାୟତା ପାଇଁ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଭିନେତାଙ୍କୁ କରାଯାଇଥିଲା ଅନୁରୋଧ । ଅଧିକ ପଢନ୍ତୁ

ଜୟ ଭୀମ ଚଳଚିତ୍ରର ପ୍ରକୃତ ଚରିତ୍ରଙ୍କ ପତ୍ନୀଙ୍କୁ ଅଭିନେତା ସୂର୍ୟା ଦେଲେ ୧

ଚେନ୍ନାଇ: ଚଳିତ ମାସ ୨ ତାରିଖ ଦୀପାବଳି ଅବସରରେ ମୁକ୍ତିଲାଭ କରିିଥିବା ସତ୍ୟ ଘଟଣା ଉପରେ ଆଧାରିତ ଜୟ ଭୀମ (jay bhim) ଚଳଚ୍ଚିତ୍ର ବେଶ ଦର୍ଶିକୀୟ ଆଦୃତି ପାଇବାରେ ଲାଗିଛି । ତେବେ କାହାଣୀର ପ୍ରକୃତ ଚରିତ୍ର ରାଜକାନୁଙ୍କ ପତ୍ନୀ ପାର୍ବତୀଙ୍କୁ 15 ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ତାମିଲ ଅଭିନେତା ସୁରିଆ (Actor Surya) । ଚଳଚ୍ଚିତ୍ରଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଯାହା ଜଣେ ପରିବାରକୁ ସରକାରୀ ଅବହେଳାର ପୃଷ୍ଠଭୂମି ଉପରେ ଆଧାରିତ ବୋଲି କୁହାଯାଉଛି । ମୁକ୍ତିଲାଭ ପରେ ବେଶ ଦର୍ଶକୀୟ ଆଦୃତି ପାଇବାରେ ଲାଗିଛି ।

ବର୍ତ୍ତମାନର ସରକାରୀ ଓ ନ୍ୟାୟିକ ବିଧି ବ୍ୟବସ୍ଥାରେ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ନେଇ ଏହି ଚଳଚ୍ଚିତ୍ରରେ ଗତିଶୀଳ । ନିକଟରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ସୁରିଆଙ୍କୁ ପ୍ରକୃତ ଘଟଣାର ଶିକାର ହୋଇଥିବା ପ୍ରଭାତି ଅମଲଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଥିଲା ।ସୁରିଆ ଏହି ଅନୁରୋଧ ଗ୍ରହଣ କରି ଘୋଷଣା କରିବା ସହ ପ୍ରଭାତୀଙ୍କୁ ବ୍ୟକ୍ତିଗତ ଭାବେ ୧୦ ଲକ୍ଷ ଓ ପ୍ରଯୋଜନ ସଂସ୍ଥା ପକ୍ଷରୁ ୫ ଲକ୍ଷ ମୋଟ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଅଭିନେତା ସୁରିଆ ଗତକାଲି (ମଙ୍ଗଳବାର) ରାଜକାନୁଙ୍କ ପତ୍ନୀ ପାର୍ବତୀ ଆମ୍ମାଲଙ୍କୁ ସାକ୍ଷାତ କରିବା ସହ ଏହି ଚେକ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।

ତେବେ ‘ଜୟ ଭୀମ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସାରା ଦେଶରେ ଦର୍ଶକୀୟ ଆଦୃତି ପାଇବାରେ ଲାଗିଛି । କିନ୍ତୁ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆପତ୍ତିଜନକ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗରେ ପ୍ରଯୋଜନା ସଂସ୍ଥା ଓ ଅଭିନେତା ସୁରିଆ ଙ୍କୁ ନୋଟିସ ଜାରି ହୋଇଛି । କିନ୍ତୁ ଦେଶର ବିଭିନ୍ନ ସ୍ଥାନରୁ ଏହି ଚଳଚ୍ଚିତ୍ର, ପ୍ରଯୋଜନା ସଂସ୍ଥା ଓ ଅଭିନେତା ସୁରିଆଙ୍କୁ ସମର୍ଥନ ମିଳିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.