ETV Bharat / bharat

Teacher Recruitment Scam: ଆଜି ଅଭିଷେକ ବାନାର୍ଜୀଙ୍କୁ ଜେରା କରିବ CBI - ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ

ଆଜି ସିବିଆଇରେ ହାଜର ହେବେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 20, 2023, 9:58 AM IST

କୋଲକାତା: ଆଜି ସିବିଆଇ ଜେରାର ସାମ୍ନା କରିବେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିଷେକଙ୍କୁ ଆଜି ପଚରଉଚରା କରିବ ସିବିଆଇ । ସୋମବାର ସିବିଆଇ ଅଭିଷେକଙ୍କୁ ନୋଟିସ ଜାରି କରିଥିଲା । ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗୁରୁବାର କୋଲକାତା ହାଇକୋର୍ଟ ସିବିଆଇ ଓ ଇଡିକୁ ଅଭିଷେକଙ୍କୁ ଜେରା କରିବାକୁ ଅନୁମତି ଦେଇଥିଲେ । ଏହାର ଗୋଟିଏ ଦିନ ପରେ ସିବିଆଇ ଅଭିଷେକଙ୍କୁ ଜେରା କରିବାକୁ ଯାଉଛି ।

ଗତକାଲି ସିବିଆଇ ସମନ ଜାରି କରିବା ପରେ ଅଭିଷେକ କହିଥିଲେ, ''20 ତାରିଖରେ ସିବିଆଇରେ ହାଜର ହେବାକୁ ମୋତେ ସମନ ଜାରି କରାଯାଇଛି । ମୋତେ ପୂର୍ବରୁ ଏନେଇ କୌଣସି ସୂଚନା ଦିଆଯାଇନଥିଲା । କିନ୍ତୁ ଏହାକୁ ମୁଁ ସମ୍ମାନ ଜଣାଇ ସିବିଆଇରେ ହାଜର ହେବି ଏବଂ ପଚରାଉଚରା ସମୟରେ ସହଯୋଗ ମଧ୍ୟ କରିବି । ମୋର ଜନୋ ସଂଯୋଗ ଯାତ୍ରା ବନ୍ଦ ହୋଇଯାଇଛି । ଏହା ପୁଣି ଥରେ ଆସନ୍ତା ମେ 22 ଓ 23ରେ ଆରମ୍ଭ ହେବ। ସିବିଆଇ ସମନ କରିଥିଲେ ମଧ୍ୟ ଏଥିରେ ବ୍ୟସ୍ତ ନହୋଇ ଅଧିକ ଉତ୍ସାହ ଓ ପ୍ରତିବଦ୍ଧତାର ସହ ମୁଁ ଆଗକୁ ପଶ୍ଚିମବଙ୍ଗର ଜନସାଧାରଣଙ୍କ ପାଇଁ କାମ କରିବି । '' ଏହାପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କ ପତ୍ନୀ ଓ ତାଙ୍କ ଶାଳୀଙ୍କୁ ଜେରା କରିଥିଲା ।

ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଏପ୍ରିଲ 13ରେ କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଶୁଣାଣି କରି ଅଭିଷେକଙ୍କୁ ଜେରା କରିବା ପାଇଁ ସିବିଆଇ ଓ ଇଡିକୁ ଅନୁମତି ଦେଇଥିଲେ । ହେଲେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଷେକ । ସୁପ୍ରିମକୋର୍ଟ ଏହି ମାମଲାକୁ ପୁନଶ୍ଚ ହାଇକୋର୍ଟଙ୍କ ନିକଟକୁ ଫେରାଇ ଦେବା ସହ ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥାର ଜେରାରୁ ବର୍ତ୍ତିବା ପାଇଁ ଅଭିଷେକ ବାନାର୍ଜୀ ହାଇକୋର୍ଟରେ ଏକ ନୂତନ ଆବେଦନ ମଧ୍ୟ କରିଥିଲେ । ଗୁରୁବାର ଜଷ୍ଟିସ ଅମ୍ରିତା ସିହ୍ନା ଏହି ମାମଲାର ଶୁଣାଣି କରି ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ପୂର୍ବ ରାୟକୁ ବଳବତ୍ତର ରଖିବା ସହ ଅଭିଷେକଙ୍କ ନୂତନ ଆବେଦନକୁ ଖାରଜ କରିଦେଇଥିଲେ । ଏଥିସହ ଅଭିଷେକ କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ 25 ଲକ୍ଷ ଟଙ୍କାର ଫାଇନ ମଧ୍ୟ ଲଗାଯାଇଥିଲେ ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଜେଲ୍‌ରେ ଥିବା ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା କୁନ୍ତାଲ ଘୋଷଙ୍କୁ ମଧ୍ୟ 25 ଲକ୍ଷ ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ରାଜ୍ୟରେ ପ୍ରାୟ 36 ହଜାର ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ ନେଇ ଜାରି ରହିଛି ଖୋଳତାଡ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.