ETV Bharat / bharat

ଆଜି ଉତ୍ତର ପ୍ରଦେଶରେ ବିଜୟ ରାଲି କରିବ AAP - ଉତ୍ତର ପ୍ରଦେଶରେ AAPର ବିଜୟ ରାଲି

​​ଆଜି ଉତ୍ତର ପ୍ରଦେଶରେ ଆପର ବିଜୟ ସମାରୋହ ଆୟୋଜନ ହେବ। ଏନେଇ ଗତ ଶୁକ୍ରବାର ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ

AAP To Hold Victory Rallies In Uttar Pradesh
ଆଜି ଉତ୍ତରପ୍ରଦେଶରେ ବିଜୟ ରାଲି କରିବ AAP
author img

By

Published : Mar 12, 2022, 9:13 AM IST

ଲକ୍ଷ୍ନୌ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଐତିହାସିକ ବିଜୟ ଲାଭ କରିଛି। 40 ବର୍ଷର ରେକର୍ଡ ଭାଙ୍ଗି ପଞ୍ଜାବରେ ଆପ୍ ଏତେ ସଂଖ୍ୟକ ଆସନ ବିଜୟୀ ହୋଇଛି। ଏହି ଅବସରରେ ଆଜି ଉତ୍ତର ପ୍ରଦେଶରେ ବିଜୟ ରାଲି କରିବ ଆମ୍ ଆଦମୀ ପାର୍ଟି ।

​​ଆଜି ଉତ୍ତର ପ୍ରଦେଶରେ ଆପର ବିଜୟ ସମାରୋହ ଆୟୋଜନ ହେବ। ଏନେଇ ଗତ ଶୁକ୍ରବାର ଆପ୍‌ ନେତା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଆପର ବିଜୟ ଦର୍ଶାଉଛି ଯେ ସାଧାରଣ ଜନତା ଦଳକୁ ଏକ ଜାତୀୟ ବିକଳ୍ପ ଭାବରେ ଗ୍ରହଣ କରିଛନ୍ତି ଏବଂ ରାଜନୀତିକୁ ସଫା କରିବା ପାଇଁ ଝାଡ଼ୁର(ଆପ୍ ନିର୍ବାଚନ ପ୍ରତୀକ) ବ୍ୟବହାର କରିବାକୁ ଚାହୁଁଛନ୍ତି।

ଉତ୍ତର ପ୍ରଦେଶର ପ୍ରତ୍ୟେକ ଗାଁରେ ଆପ୍ ଏକ ଶକ୍ତିଶାଳୀ ସଂଗଠନ ପ୍ରତିଷ୍ଠା କରିବ। ଯେଉଁଥିରେ ସଭିଙ୍କୁ ସମାନ ଅଧିକାର ମିଳିବ। ଏବଂ ଏହି ଦିଗରେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ସଞ୍ଜୟ ସିଂ କହିଛନ୍ତି। ସୂଚନା ଥାଉକି, ଉତ୍ତରପ୍ରଦେଶର ମୋଟ 403 ବିଧାନସଭା ଆସନରେ ଆମ୍ ଆଦମୀ ପାର୍ଟି ପ୍ରତିଦ୍ବନ୍ଦିତା କରିଥିବାବେଳେ କୌଣସି ଆସନ ହାତେଇବେ ସଫଳ ହୋଇ ପାରିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.