ETV Bharat / bharat

Manipur Violence: ମୋଦିଙ୍କ ନୀରବତାକୁ ଟାର୍ଗେଟ, ଆପ୍‌ ଜାରି କଲା ନିଖୋଜ ପୋଷ୍ଟର - ମଣିପୁର ହିଂସାକାଣ୍ଡ

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଭାବକୁ ଟାର୍ଗେଟ କରିଛି ଆପ୍‌ । ଏନେଇ ଦଳ ପକ୍ଷରୁ ନିଖୋଜ ପୋଷ୍ଟର ଜାରି କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 28, 2023, 5:15 PM IST

ନୂଆଦିଲ୍ଲୀ: ମଣିପୁର ହିଂସାକାଣ୍ଡକୁ ନେଇ ବିରୋଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି । ସେପଟେ ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଧାରଣାରେ ବସିଛନ୍ତି ସଞ୍ଜୟଙ୍କ ସମେତ ଦଳୀୟ କର୍ମୀ । ଏହାସହ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ସଂସଦ ପରିସରରେ ହୋହଲ୍ଲା କରିଛି ଆପ୍‌ । ଏ ନେଇ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ଏକ ନିଖୋଜ ପୋଷ୍ଟର ଜାରି କରାଯାଇଛି । ଏଥିରେ ଲେଖାଯାଇଛି ଯେ 'ଗତ ୩ ମାସ ଧରି ଜଳୁଛି ମଣିପୁର, ଏହି ସମୟରେ ନିଖୋଜ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।'

  • लापता‼️ लापता‼️ लापता‼️

    3 महीने से जल रहा Manipur और PM Modi हैं लापता। pic.twitter.com/iaWfzd8fgZ

    — AAP (@AamAadmiParty) July 27, 2023 " class="align-text-top noRightClick twitterSection" data=" ">

ଆପ୍‌ ପକ୍ଷରୁ ଜାରି ହୋଇଥିବା ପୋଷ୍ଟରର ଉପର ଭାଗରେ ବୋଲ୍ଡ ଅକ୍ଷରରେ ଲେଖାଯାଇଛି, 'ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଖୋଜ ।' ଏହାସହିତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନିଶାନା କରି ଆପ୍‌ ପୋଷ୍ଟରରେ ଲେଖିଛି ଯେ ଦେଶରେ ପ୍ରଧାନମନ୍ତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ ଅଧିକାଂଶ ବିଦେଶ ଗସ୍ତରେ ଦେଖିବାକୁ ମିଳୁଛି । ସେପଟେ ବିଜେପି ଶାସିତ ମଣିପୁର ଜଳୁଛି । ଆଜି ସକାଳୁ ଏହି ପୋଷ୍ଟର ଆପ୍‌ ପକ୍ଷରୁ ଜାରି ହୋଇଥିବା ବେଳେ ଏଯାବତ ୫୦ ହଜାରରୁ ଅଧିକାଂଶ ଲୋକ ଏହାକୁ ଦେଖିସାରିଛନ୍ତି । ପୋଷ୍ଟରଟି ଆପ୍‌ର ଟ୍ବିଟର ପେଜରେ ସେୟାର କରାଯାଇଥିବା ବେଳେ ଏଥିରେ ଅନେକ ରାଜନେତା ଓ ୟୁଜର୍ସ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି ।

ଏହା ବି ପଢନ୍ତୁ- Monsoon session: ‘ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖିଛୁ’

ସେପଟେ ଜଣେ ଟ୍ବିଟର ୟୁଜର୍ସ ଗୁରଜଭାରତ ଲେଖିଛନ୍ତି, "ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଆପ୍‌ ସରକାର ଅଛି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମୈଦାନରେ ନବୀକରଣ ହୋଇଥିବା ITPO କମ୍ପ୍ଲେକ୍ସର ନୂତନ ନାମକରଣ ସହ ଏହାର ଲୋକର୍ପଣ କରିଥିଲେ । ଏହା କଣ ଆପ୍‌ର ନେତାମାନେ ଦେଖିପାରିଲେ ନାହିଁ ?" ସୂଚନା ଥାଉ କି ଜାତିଆଣ ହିଂସାକୁ ନେଇ ଗତ ୩ ମାସ ଧରି ମଣିପୁରରେ ଲାଗି ରହିଛି ହିଂସାକାଣ୍ଡ । କିଛି ଦିନ ତଳେ ୨ ଆଦିବାସୀ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ଏହା ଅଧିକ ତେଜିବାରେ ଲାଗିଛି । ବିରୋଧୀ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ବି ପଢନ୍ତୁ- Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

ଅନ୍ୟପଟେ ସଂସଦରେ ଚଳିତ ମୌସୁମୀ ଅଧିବେଶନ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ସ୍ବାଭାବିକ ଭାବେ ଏଯାବତ ଚାଲିପାରିନାହିଁ । ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରୁଥିବା ବେଳେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଛନ୍ତି । ହେଲେ ଏପଟେ ଘଟଣାକୁ ପ୍ରଥମ ଦିନରୁ ହିଁ ପ୍ରଧାନମନ୍ତ୍ରୀ ନୀରବ ଥିବା ବେଳେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ଯୁବତୀଙ୍କ ଉକ୍ତ ଉଲଗ୍ନ ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଦୋଷୀଙ୍କୁ କଡା ସଜ୍ଜା ଦିଆଯିବ ବୋଲି ଦେଶବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ସଂସଦ ମଧ୍ୟରେ ନିଜ ନୀରବତା ଭାଙ୍ଗି ପ୍ରସଙ୍ଗ ଉପରେ ବିବୃତ୍ତି ରଖିବାକୁ ବିରୋଧୀ ଦାବି କରିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.