ETV Bharat / bharat

Moosewala's Murder: ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ହତ୍ୟା, ଟାର୍ଗେଟରେ ଆପ୍‌

author img

By

Published : May 30, 2022, 12:16 PM IST

ପଞ୍ଜାବର ରାଜନୈତିକ ତଥା ଧାର୍ମିକ ନେତାଙ୍କ ସମେତ VIP ମାନଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି । ଆପ୍ ସରକାର ତାଙ୍କ ସୁରକ୍ଷା ବ୍ୟବସ୍ଥା କାଟିବାର ଗୋଟିଏ ଦିନ ପରେ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟା କରାଯାଇଛି । ତେଣୁ ଏହି ହତ୍ୟାକାଣ୍ଡ ପାଇଁ ଆପ୍ ସରକାରଙ୍କୁ ଦାୟୀ କରାଯାଉଛି । ଅଧିକ ପଢନ୍ତୁ

Moosewala
AAP govt under fire after Punjabi singer Sidhu Moose Wala's murder

ଚଣ୍ଡିଗଡ଼: ପଞ୍ଜାବ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଲାୱାଙ୍କୁ ଗୁଳି କରି ନିର୍ମମ ହତ୍ୟା । ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ଭାବେ ସେ ବେଶ ଚର୍ଚ୍ଚାରେ ରହୁଥିଲେ । ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୁସେୱାଲାଙ୍କ ସହ ଅନେକ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ହଟାଇବା ପରେ ମୁସେୱାଲାଙ୍କୁ ହତ୍ୟା କରାଯାଇଛି । ଯାହା ଏବେ ଆପ୍‌କୁ ଅକଳରେ ପକାଇଛି ।

ସୋସିଆଲ ମିଡିଆରେ ମୁସେୱାଲାଙ୍କ ସୁରକ୍ଷା ପ୍ରତ୍ୟାହାରର ସବିଶେଷ ତଥ୍ୟ ଲିକ୍ ହେବା ଏବଂ ଏହାକୁ ରାଜନୈତିକ ଲାଭ ପାଇଁ ପ୍ରଚାର ଉପରେ ପ୍ରଶ୍ନ ଉଠିଛି । 424 VIPଙ୍କ ମଧ୍ୟରେ ମୁସେୱାଲା ହେଉଛନ୍ତି ଜଣେ । ଯାହାଙ୍କୁ ସୁରକ୍ଷା ବ୍ୟବସ୍ଥା ଦିଆଯାଉଥିଲା । ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲା । ଯେଉଁଥିରେ ସାମିଲ ଥିଲେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା । କିନ୍ତୁ ଦୁର୍ଭାଗ୍ୟବଶତ, ସୁରକ୍ଷା ହଟାଇବାର ଦିନକ ପରେ ତାଙ୍କୁ ହତ୍ୟା କରାଯିବାରୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.