ETV Bharat / bharat

Goa Elections: ଅମିତ ପାଲେକର AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଗୋଆ ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି(AAP) । ଅମିତ ପାଲେକର ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ । ଅଧିକ ପଢନ୍ତୁ

Goa elections: ଅମିତ ପାଲେକର AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

author img

By

Published : Jan 19, 2022, 12:37 PM IST

Updated : Jan 19, 2022, 3:10 PM IST

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି(AAP) । ଅମିତ ପାଲେକର ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ( AAP announces Amit Palekar as its chief ministerial candidate) । ପାଣାଜୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ଘୋଷଣା କଲେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଗତକାଲି(ମଙ୍ଗଳବାର) ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ଆପ୍ ।

ଅମିତ ପାଲେକର ଗତ ବର୍ଷ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ସେ ପେଶାରେ ଜଣେ ଓକିଲ ହୋଇଥିବାବେଳେ ଭଣ୍ଡାର ସମ୍ପ୍ରଦାୟର ଅଟନ୍ତି । ପୁରୁଣା ଗୋଆ ହେରିଟେଜ ସାଇଟରେ ବେଆଇନ ନିର୍ମାଣକୁ ବିରୋଧ କରିବା ପାଇଁ ଅନସନରେ ବସି ଅମିତ ଚର୍ଚ୍ଚାକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଗୋଆର ସମସ୍ତ ୪୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଆପ୍ । ଅମିତ ପାଲେକର ସାଧୁତାର ସହ ସେବା କରିବେ । ଗୋଆ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । କହିରଖୁଛୁ କି, ଫେବୃୟାରୀ ୧୪ରେ ଗୋଆରେ ବିଧାନସଭା ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2022, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.