ନୂଆଦିଲ୍ଲୀ: ଅଲମ୍ପିଆନ ସାକ୍ଷୀ ମଲିକଙ୍କୁ କଂଗ୍ରେସର କାଠପୁତୁଳି କହିଲେ ପୂର୍ବତନ କୁସ୍ତିଯୋଦ୍ଧା ତଥା ବିଜେପି ନେତ୍ରୀ ବବିତା ଫୋଗାଟ । ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ ଲାଗି ପୋଲିସ ନିକଟରୁ ଅନୁମତି ପାଇଁ ବବିତା ସାହାଯ୍ୟ କରିଥିଲେ ଏକ ଭିଡିଓ ଜାରି କହିଥିଲେ ସାକ୍ଷୀ ଓ ସ୍ବାମୀ ସତ୍ୟବ୍ରତ କାଦିଆନ । ଏହାକୁ ବବିତା ଖଣ୍ଡନ କରିବା ସହ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ।
-
एक कहावत है कि
— Babita Phogat (@BabitaPhogat) June 18, 2023 " class="align-text-top noRightClick twitterSection" data="
ज़िंदगी भर के लिये आपके माथे पर कलंक की निशानी पड़ जाए।
बात ऐसी ना कहो दोस्त की कह के फिर छिपानी पड़ जाएँ ।
मुझे कल बड़ा दुःख भी हुआ और हँसी भी आई जब मैं अपनी छोटी बहन और उनके पतिदेव का विडीओ देख रही थी , सबसे पहले तो मैं ये स्पष्ट कर दूँ की जो अनुमति का काग़ज़… https://t.co/UqDMAF0qap
">एक कहावत है कि
— Babita Phogat (@BabitaPhogat) June 18, 2023
ज़िंदगी भर के लिये आपके माथे पर कलंक की निशानी पड़ जाए।
बात ऐसी ना कहो दोस्त की कह के फिर छिपानी पड़ जाएँ ।
मुझे कल बड़ा दुःख भी हुआ और हँसी भी आई जब मैं अपनी छोटी बहन और उनके पतिदेव का विडीओ देख रही थी , सबसे पहले तो मैं ये स्पष्ट कर दूँ की जो अनुमति का काग़ज़… https://t.co/UqDMAF0qapएक कहावत है कि
— Babita Phogat (@BabitaPhogat) June 18, 2023
ज़िंदगी भर के लिये आपके माथे पर कलंक की निशानी पड़ जाए।
बात ऐसी ना कहो दोस्त की कह के फिर छिपानी पड़ जाएँ ।
मुझे कल बड़ा दुःख भी हुआ और हँसी भी आई जब मैं अपनी छोटी बहन और उनके पतिदेव का विडीओ देख रही थी , सबसे पहले तो मैं ये स्पष्ट कर दूँ की जो अनुमति का काग़ज़… https://t.co/UqDMAF0qap
ଗତକାଲି ଅପରାହ୍ନରେ ସାକ୍ଷୀ ମଲିକ ସ୍ବାମୀ ସତ୍ୟବ୍ରତଙ୍କ ସହିତ ଏକ ଭିଡିଓ ଜାରି କରିଥିଲେ । କୁସ୍ତିଯୋଦ୍ଧା ମହାସଂଘ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଜନ୍ତରମନ୍ତରରେ ଆନ୍ଦୋଳନ କରିବା ଲାଗି ପୋଲିସର ଅନୁମତି ପାଇଁ ସେ ବବିତାଙ୍କ ସହାୟତା ଲୋଡ଼ିଥିଲେ । ସାକ୍ଷୀଙ୍କ ସ୍ବାମୀ ସତ୍ୟବ୍ରତ ଭିଡିଓରେ କହିଥିଲେ, "ଆମେ ଏହା ସ୍ପଷ୍ଟ କରୁଛି ଆମ ଲଢେଇ WFI ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ, ସରକାରଙ୍କ ବିରୋଧରେ ନୁହେଁ । ଆମେ ଜାନୁଆରୀ ମାସରେ ଜନ୍ତରମନ୍ତରକୁ ଆସିଥିଲୁ । ସେଠାରେ ଆନ୍ଦୋଳନ କରିବା ପାଇଁ ପୋଲିସର ଅନୁମତି ଲାଗି 2ଜଣ ବିଜେପି ନେତା ଆମର ସହାୟତା କରିଥିଲେ । ଏହି ବିରୋଧ କଂଗ୍ରେସର ସମର୍ଥନର ନୁହେଁ ।"
ଏହା ବି ପଢନ୍ତୁ- Wrestlers vs Brij Bhushan: 'ଆମ ଲଢେଇ WFI ମୁଖ୍ୟଙ୍କ ବିରୋଧରେ, ସରକାରଙ୍କ ସହ ନୁହେଁ'
ସେ ଆହୁରି କହିଥିଲେ ଯେ ଦେଶର 90 ପ୍ରତିଶତ ଲୋକ ଜାଣିଛନ୍ତି ଯେ ବ୍ରିଜଭୂଷଣଙ୍କ ଦ୍ବାରା ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣର ଶିକାର ହେଉଥିଲେ । କିଛି ଲୋକ ଏହା ବିରୋଧରେ ସ୍ବର ଉଠାଇଥିଲେ ମଧ୍ୟ । ହେଲେ କୁସ୍ତିଯୋଦ୍ଧା ସଂଘ ମଧ୍ୟରେ ଏକତା ଅଭାବରୁ ଏହା ସମ୍ଭବ ହୋଇନଥିଲା ବୋଲି କହିଥିଲେ ସତ୍ୟବ୍ରତ କାଦିଆନ । ସାକ୍ଷୀଙ୍କ ଦ୍ବାରା ଜାରି ହୋଇଥିବା ଭିଡିଓର ଗୋଟିଏ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କୁସ୍ତିଯୋଦ୍ଧା ବବିତା ଫୋଗାଟ । ସେ କହିଥିଲେ ଯେ ସାକ୍ଷୀଙ୍କ ଭିଡିଓ ହାସ୍ୟାସ୍ପଦ ଥିଲା । ଅନୁମତି ପତ୍ରରେ ତାଙ୍କର କୌଣସି ଦସ୍ତଖତ ନଥିଲା । ଏହା ମିଥ୍ୟା ବୋଲି ସେ କହିଥିଲେ ।
ଏହାସହିତ ସାକ୍ଷୀଙ୍କୁ କଂଗ୍ରେସର କାଠପୁତୁଳି ବୋଲି କହିଥିଲେ ବବିତା । କୁସ୍ତିଯୋଦ୍ଧାମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଓ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବା ଲାଗି ସେ ସେମାନଙ୍କୁ ଉପଦେଶ ଦେଇଥିଲେ । ହେଲେ ସେମାନେ କଂଗ୍ରେସ ନିକଟରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ବବିତା । ସେ ଆହୁରି କହିଛନ୍ତି ଯେ ଜଣେ କୁସ୍ତିଯୋଦ୍ଧା ଭାବେ ସେ ସର୍ବଦା ମହିଳା କୁସ୍ତିଯୋଦ୍ଧାଙ୍କ ସହିତ ରହିବେ, ହେଲେ ସେ ପ୍ରଥମରୁ ହିଁ ଆନ୍ଦୋଳନର ବିରୋଧୀ ଥିଲେ ବୋଲି ଟ୍ବିଟ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।