ETV Bharat / bharat

Rape and Murder of Rhinos ! କାହିଁକି ଖସୁଛି ମାଇ ଗଣ୍ଡାଙ୍କ ସଂଖ୍ୟା ? 1:1 ଅନୁପାତ ରହିଲେ ହଜିଯିବେ ଗଣ୍ଡା - Gorumara National Park

ଦେଶର ବିଭିନ୍ନ ଜାତୀୟ ଉଦ୍ୟାନରେ ମାଇ ଗଣ୍ଡା ତୁଳନାରେ ଅଣ୍ଡିରା ଗଣ୍ଡାଙ୍କ ସଂଖ୍ୟା ଅଧିକ ରହିଛି । ଏହି କାରଣରୁ ଗୋଟିଏ ମାଈ ଗଣ୍ଡା ପାଇଁ ଅନେକ ସମୟରେ ଦୁଇ ଅଣ୍ଡିରା ଗଣ୍ଡା ମଧ୍ୟରେ ଭୀଷଣ ଲଢେଇ ହେଉଛି । ଯାହାକି ଗଣ୍ଡା ସଂଖ୍ୟା ହ୍ରାସର ମୁଖ୍ୟ କାରଣ ସାଜିଛି । ଅଧିକ ପଢନ୍ତୁ

ଲିଙ୍ଗଗତ ଅସମାନତା: ଗଣ୍ଡା ଦୁନିଆରେ ଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ କାରଣ

author img

By ETV Bharat Odisha Team

Published : Sep 23, 2023, 6:43 PM IST

କୋଲକାତା: ୨୦୧୮ ଫେବୃୟାରୀରେ ପଶ୍ଚିମବଙ୍ଗ ସ୍ଥିତ ଧୂପଝୋରା ଜାତୀୟ ଉଦ୍ୟାନରେ କାଞ୍ଚି ନାମକ ଗୋଟିଏ ଏକ ସିଙ୍ଗିଆ ମାଇ ଗଣ୍ଡାର ମୃତ୍ୟୁ ହୋଇଥିଲା । କାଞ୍ଚି ମୃତ୍ୟୁ ପଛର କାରଣ ଦୁଷ୍କର୍ମ ଥିଲା । ଅଢେଇ ବର୍ଷର ଏହି ମାଇ ଗଣ୍ଡା ସହ ଜୋର ଜବରଦସ୍ତ ଏକ ପୁରୁଷ ଗଣ୍ଡା ଯୌନ ସମ୍ପର୍କ ସ୍ଥାପନ କରିବା କାରଣରୁ ତା'ର ଜୀବନ ଚାଲି ଯାଇଥିଲା । ତେବେ କେବଳ କାଞ୍ଚି ଏକମାତ୍ର ଗଣ୍ଡା ନଥିଲା ଯାହା ସହ ଏଭଳି ଘଟିଛି, ଗଣ୍ଡା ଜଗତରେ ଏମିତି ଅନେକ ମାଇ ଗଣ୍ଡା ଦୁଷ୍କର୍ମର ଶିକାର ହୋଇ ଅକାଳରେ ଆଖି ବୁଝିଛନ୍ତି । ତେବେ ଏଥିପାଇଁ ଲିଙ୍ଗଗତା ଅସନ୍ତୁଳନ ହିଁ ପ୍ରମୁଖ କାରଣ ଭାବେ ଉଭା ହୋଇଛି ।

ଗଣ୍ଡା ଦୁନିଆରେ ଏହି ପ୍ରକାର ହିଂସା ପଶ୍ଚିମବଙ୍ଗ ସ୍ଥିତ ଧୂପଝୋରା ଜାତୀୟ ଉଦ୍ୟାନରେ ଗଣ୍ଡା ବଂଶ ଉପରେ କୁପ୍ରଭାବ ପକାଉଛି । ୨୦୧୭ ନଭେମ୍ବର ୮ରେ ଧୁପଜୋରାର ୧B ପ୍ରକୋଷ୍ଠରେ ଗୋଟିଏ ମାଇ ଗଣ୍ଡା ପାଇଁ ଦୁଇ ଅଣ୍ଡିଆ ଗଣ୍ଡାଙ୍କ ମଧ୍ୟରେ ଭୀଷଣ ଲଢେଇ ହୋଇଥିଲା, ଏଥିରେ ଗୋଟିଏ କମ୍ ବୟସ୍କ ଗଣ୍ଡାର ମୃତ୍ୟୁ ହୋଇଯାଇଥିଲା । ମୃତ ଗଣ୍ଡା ଡନ ନାମକ ଅନ୍ୟ ଏକ ଗଣ୍ଡାକୁ ନିଜ ମାଆ ପାଖକୁ ଯିବାରୁ ଅଟକାଇଥିଲା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ତା'ର ଜୀବନ ଚାଲିଯାଇଥିଲା । ତେବେ ଏଭଳି ସମସ୍ୟା କେବଳ ଧୂପଝୋଡା ଜାତୀୟ ଉଦ୍ୟାନର ନୁହେଁ, ଅନ୍ୟ ଉଦ୍ୟାନ ଗୁଡିକରେ ମଧ୍ୟ ଦେଖାଯାଉଛି ।

ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଗଣ୍ଡା ଗଣ୍ଡା ମଧ୍ୟରେ ଜୋର ଜବରଦସ୍ତ ମିଳନକୁ ନେଇ ଏହି ପ୍ରକାର ହିଂସା ଅନ୍ୟାନ୍ୟ ଜାତୀୟ ଉଦ୍ୟାନଗୁଡିକରେ ବହୁଳ ମାତ୍ରାରେ ପ୍ରକାଶ ପାଉଛି । ୨୦୧୫ ଡିସେମ୍ବର ୨୧ରେ ଜଲଦାପାରା ରାଷ୍ଟ୍ରୀୟ ଉଦ୍ୟାନର ପଶ୍ଚିମ ରେଞ୍ଜରେ ଏକ ମାଈ ଗଣ୍ଡା ସହ ମିଳନ ପାଇଁ ଦୁଇଟି ବୟସ୍କ ଅଣ୍ଡିରା ଗଣ୍ଡା ପରସ୍ପର ମଧ୍ୟରେ ଲଢେଇ କରିଥିଲେ । ଏଥିରେ ଗୋଟିଏ ଗଣ୍ଡାର ମୃତ୍ୟୁ ହୋଇଯାଇଥିଲା । ଗଣ୍ଡା ପ୍ରଜାତି ମଧ୍ୟରେ ଆଞ୍ଚିଳିକ ବିବାଦ ଏବଂ ଯୌନ ସମ୍ପର୍କକୁ କେନ୍ଦ୍ରକରି ଅନେକ ସମୟରେ ଏଭଳି ସଂଘର୍ଷ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଛି ।

ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ଯେ, ଏହି ସଂଘର୍ଷର ମୂଳ କାରଣ ହେଉଛି ମାଇ ଓ ଅଣ୍ଡିରା ଗଣ୍ଡାଙ୍କ ଅନୁପାତରେ ଅସମାନତା । ଅଣ୍ଡିରା ଗଣ୍ଡାଙ୍କ ସଂଖ୍ୟା ମାଇ ଗଣ୍ଡାଙ୍କୁ ଠାରୁ ଅଧିକ ରହିବା ଯୋଗୁଁ ଅଧିକାଂଶ ସମୟରେ ଅଣ୍ଡିରା ଗଣ୍ଡା ପରସ୍ପର ମଧ୍ୟରେ ଲଢେଇ କରିଥାନ୍ତି । ଯାହାକି ଅନେକ ବର୍ଷ ଧରି ଏକ ଦୁଃଖଦାୟକ ଏବଂ ଉଦବେଗ ଜନକ ସମସ୍ୟା ଭାବେ ଦଣ୍ଡାୟମାନ ହୋଇଛି । ଏକ ସ୍ଥିର ଗଣ୍ଡାସଂଖ୍ୟା ବଜାୟ ରଖିବାକୁ ହେଲେ, ମୁଖ୍ୟତଃ ଗୋଟିଏ ଅଣ୍ଡିରା ଗଣ୍ଡାଙ୍କ ପିଛା ୩ଟି ମାଇ ଗଣ୍ଡା(1:3) ରହିବା ଉଚିତ୍ । ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ଅନୁପାତ ୧:୧ ରହିଛି । ଫଳସୂରପ ପ୍ରଜନନ ପ୍ରକ୍ରିୟା ପ୍ରଭାବିତ ହେଉଛି ଏବଂ ଏହି ପ୍ରାଣୀଙ୍କ ବଂଶ ବିସ୍ତାର ହୋଇପାରୁ ନାହିଁ । ଏ କ୍ଷେତ୍ରରେ ସରକାର ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି Spore ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ମୁଖପାତ୍ର ଶ୍ୟାମ ପ୍ରସାଦ ପାଣ୍ଡେ ମତବ୍ୟକ୍ତ କରିଛନ୍ତି ।

୨୦୨୨ ଗଣ୍ଡା ଗଣନା ଅନୁଯାୟୀ, ଗୋରୁମାରା ଜାତୀୟ ଉଦ୍ୟାନ ୮୯ ବର୍ଗ କିଲୋମିଟର ଅଞ୍ଚଳରେ ମାତ୍ର ୫୫ଟି ଗଣ୍ଡାଙ୍କ ବାସସ୍ଥଳୀ ରହିଛି । ସେହିପରି ଜଲଦାପାରା ଜାତୀୟ ଉଦ୍ୟାନରେ ୨୯୨ଟି ଉଭୟ ମାଈ ଓ ଅଣ୍ଡିରା ଗଣ୍ଡା ବିଚରଣ କରୁଛନ୍ତି । ୨୦୧୯ ଗଣ୍ଡା ଗଣନା ତଥ୍ୟକୁ ଲକ୍ଷ୍ୟ କଲେ, ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି । ଗୋରୁମାରାରେ ପୂର୍ବରୁ ୫୨ଟି ଗଣ୍ଡା ଥିବାବେଳେ ଗତବର୍ଷ ଏହି ସଂଖ୍ୟା ୫୫ ଏବଂ ଜଲଦାପାରାରେ ୨୩୭ରୁ ୨୮୨କୁ ବୃଦ୍ଧି ପାଇଛି । ତେବେ ଏହି ବୃଦ୍ଧି ସତ୍ତ୍ବେ ଗଣ୍ଡା ଦୁନିଆରେ ଲିଙ୍ଗଗତା ଅସମାନତା ଚିନ୍ତାଜନକ ବିଷୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.