ETV Bharat / bharat

ବିନା ବାଇପାସ ସର୍ଜରୀରେ ସଫଳ ହେଲା ବିଦେଶୀ ମହିଳାଙ୍କ ହାର୍ଟ ଭଲବ ପ୍ରତିରୋପଣ ଅସ୍ତ୍ରୋପଚାର

କର୍ଣ୍ଣାଟକର ମାଙ୍ଗାଲୋରରେ ବିନା ବାଇପାସ ସର୍ଜରୀରେ ସଫଳ ହେଲା କେନିଆ ମହିଳାଙ୍କ ହାର୍ଟ ବଲଭ୍‌ ପ୍ରତିରୋପଣ ଅସ୍ତ୍ରୋପଚାର । ଅଧିକ ପଢନ୍ତୁ

କର୍ଣ୍ଣାଟକବିନା ବାଇପାସ ସର୍ଜରୀରେ ସଫଳ ହେଲା ବିଦେଶୀ ମହିଳାଙ୍କ ହାର୍ଟ ବଲଭ୍‌ ପ୍ରତିରୋପଣ ଅସ୍ତ୍ରୋପଚାର

author img

By

Published : Jan 11, 2023, 9:57 PM IST

ହାଇଦ୍ରାବାଦ: ସାଧାରଣତଃ ଚିକିତ୍ସା ବିଜ୍ଞାନରେ ବାଇପାସ୍ ସର୍ଜରୀ ମାଧ୍ୟମରେ ହାର୍ଟ ଭଲଭ୍ ରିପ୍ଲେସମେଣ୍ଟ ବା ଭଲବ ପ୍ରତିରୋପଣ କରାଯାଇଥାଏ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ପ୍ରକ୍ରିୟାରେ ମଧ୍ୟ ଏହି ବିରଳ ଭଲବ ପ୍ରତିରୋପଣ ସର୍ଜରୀ ସଫଳ ହୋଇଛି । କର୍ଣ୍ଣାଟକ ମାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଜଣେ କେନିଆ ମହିଳାଙ୍କ ଶରୀରରେ ବିନା ବାଇପାସ୍ ସର୍ଜରୀରେ ହାର୍ଟ ଭଲଭ୍ ରିପ୍ଲେସମେଣ୍ଟର ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ କରାଯାଇଛି । ଜଣେ ସର୍ଜରୀ ଏକ୍ସପର୍ଟଙ୍କ ନେତୃତ୍ବ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମହିଳା ଜଣକଙ୍କ ସର୍ଜରୀ କରିଥିଲା । ବର୍ତ୍ତମାନ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

କର୍ଣ୍ଣାଟକବିନା ବାଇପାସ ସର୍ଜରୀରେ ସଫଳ ହେଲା ବିଦେଶୀ ମହିଳାଙ୍କ ହାର୍ଟ ବଲଭ୍‌ ପ୍ରତିରୋପଣ ଅସ୍ତ୍ରୋପଚାର
କର୍ଣ୍ଣାଟକବିନା ବାଇପାସ ସର୍ଜରୀରେ ସଫଳ ହେଲା ବିଦେଶୀ ମହିଳାଙ୍କ ହାର୍ଟ ବଲଭ୍‌ ପ୍ରତିରୋପଣ ଅସ୍ତ୍ରୋପଚାର

ମହିଳାଙ୍କୁ ହୋଇଥିଲା ହୃଦଘାତ: କେନିଆର ମିତ୍ରାଲ ଭଲଭ୍ ନାମକ ଜଣେ 65 ବର୍ଷୀୟା ମହିଳା ହୃଦଘାତରେ ପୀଡିତ ଥିଲେ । ଏହି ମହିଳାଜଣଙ୍କ ଦୀର୍ଘ ବର୍ଷ ହେବ ଭାରତରେ ରହି ଆସୁଛନ୍ତି । ପୂର୍ବରୁ 2014ରେ ମଧ୍ୟ ତାଙ୍କର ଅହମ୍ମଦାବାଦର ଏକ ହସ୍ପିଟାଲରେ ବାଇପାସ୍ ହାର୍ଟ ସର୍ଜରୀ କରିଥିଲେ । ଏହି ଅସ୍ତ୍ରୋପଚାରରେ ମହିଳାଙ୍କ ହୃତପିଣ୍ଡରେ ଏକ କୃତ୍ରିମ ଭଲଭ ପ୍ରତିରୋପଣ କରାଯାଇଥିଲା । ଉକ୍ତ ଅପରେସନକୁ 8 ବର୍ଷ ବିତିଲା ପରେ ଏହି କୃତ୍ରିମ ଭଲଭ୍ ଆଉ କାର୍ଯ୍ୟକ୍ଷମ ହୋଇନଥିଲା । ଏହି କାରଣରୁ ମହିଳା ଏକାଧିକ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଥିଲେ । ମହିଳାଜଣଙ୍କ ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ରକ୍ତଚାପ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିଲେ । ପରେ ପୁଣି ଥରେ ଏହାର ପ୍ରତିରୋପଣ କରାଯିବାର ଆବଶ୍ୟକତା ପଡିଥିଲା । ତେଣୁ ପୁଣି ଥରେ ବାଇପାସ ସର୍ଜରୀ ମାଧ୍ୟମରେ ହାର୍ଟର ଭଲଭ୍‌କୁ ପୁଣି ଥରେ ପ୍ରତିରୋପଣ କରିବାର ଆବଶ୍ୟକତା ପଡିଥିଲା ।

ବିନା ବାଇପାସ ସର୍ଜରୀରେ ସଫଳ ହେଲା ବିଦେଶୀ ମହିଳାଙ୍କ ହାର୍ଟ ବଲଭ୍‌ ପ୍ରତିରୋପଣ ଅସ୍ତ୍ରୋପଚାର

ମାଙ୍ଗାଲୋରର ଇଣ୍ଡିଆନା ହସ୍ପିଟାଲରେ ହାର୍ଟ ସର୍ଜରୀ: ଏହି ଅସ୍ତ୍ରୋପଚାର ମାଙ୍ଗାଲୋର ସହରର ଇଣ୍ଡିଆନା ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ଶେଷ ହୋଇଛି । ପୂର୍ବ ଅସ୍ତ୍ରୋପଚାର ଅହମ୍ମଦାବାଦର ଏକ ହସ୍ପିଟାଲରେ ହୋଇଥିବା ବେଳେ ଚଳିତଥର ଅପରେସନ ପାଇଁ ବିଭିନ୍ନ ପରାମର୍ଶ କ୍ରମେ ମହିଳା ଜଣକ ମାଙ୍ଗାଲୋରରେ ଏହି ହସ୍ପିଟାଲକୁ ବାଛିଥିଲେ । ଇଣ୍ଡିଆନା ହସ୍ପିଟାଲର ବରିଷ୍ଠ ଡାକ୍ତର ତଥା ହାର୍ଟ ସର୍ଜରୀ ସ୍ପେଶାଲିଷ୍ଟ ୟୁସୁଫ କୁମ୍ବଲେ ଏବଂ ତାଙ୍କ ଟିମ୍ ଏହି ଅପରେସନର ଦାୟିତ୍ବ ନେଇଥିଲା । ଏକାଧିକ ଘଣ୍ଚାର ଅପରେସନ ପରେ ବିନା ବାଇପାସ ସର୍ଜରୀରେ ମହିଳାଙ୍କ ଶରୀରରେ ହାର୍ଟ ଭଲଭ୍ ରିପ୍ଲେସମେଣ୍ଟ ଶେଷ ହୋଇଛି । ମହିଳା ଜଣକ ସୁସ୍ଥ ମଧ୍ୟ ଅଛନ୍ତି ଓ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ଏପରି ଆହ୍ବାନପୂର୍ଣ୍ଣ ଅସ୍ତ୍ରୋପଚାରକୁ ଚିକିତ୍ସା ବିଜ୍ଞାନରେ ଏକ ବିରଳ ସଫଳତା ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.