ETV Bharat / bharat

କାନ୍ଧରେ ୧୧୬ କେଜି ଗହମ ବସ୍ତା ବୋହି ୯ କିଲୋମିଟର ଚାଲିଲେ ଯୁବକ - ଗହମ ବସ୍ତା ବୋହି ୯ କିଲୋମିଟର ଚାଲିଲେ ଯୁବକ

କାନ୍ଧରେ ୧୧୬ କେଜିର ଗହମ ବସ୍ତା ବୋହି ୯ କିଲୋମିଟର ଚାଲିଲେ ଯୁବକ । ଖୁସି ହୋଇ ତାଙ୍କୁ ରୂପା ବ୍ରେସଲେଟ ଉପହାର ଦେଲେ ବନ୍ଧୁ । ଅଧିକ ପଢନ୍ତୁ

କାନ୍ଧରେ ୧୧୬ କେଜି ଗହମ ବସ୍ତା ବୋହି ୯ କିଲୋମିଟର ଚାଲିଲେ ଯୁବକ

author img

By

Published : Aug 6, 2022, 10:17 AM IST

Updated : Aug 6, 2022, 1:36 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ସମସ୍ତଙ୍କୁ ତାଜୁବ କଲାଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ କାନ୍ଧରେ ୧୧୬ କିଲୋଗ୍ରାମ ଓଜନର ଗହମ ବସ୍ତା ବୋହି ଖାଲି ପାଦରେ ୯ କିଲୋମିଟର ବାଟ ଚାଲିଛନ୍ତି । ଯାହାକି ସ୍ଥାନୀୟ ଲୋକଙ୍କୁ ଆଚମ୍ବିତ କରିଛି । ଏହି ଯୁବକ ଜଣକ ହେଉଛନ୍ତି ବିଜୟାପୁର ଜିଲ୍ଲା ଅନ୍ତର୍ଗତ ଚିକ୍କାରୋଗି ଅଞ୍ଚଳର ପ୍ରକାଶ ବୈରାବଦଗି(Prakash Bairavadagi)। ସେ ଗହମ ବସ୍ତା କାନ୍ଧରେ ରଖି ମୁଲା ସଭାଲଗିରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ ୯ କିଲୋମିଟର ରାସ୍ତା ପାର୍ କରି ଚିକ୍କାରୋଗି ଗ୍ରାମରେ ପହଞ୍ଚିଥିଲେ । ଯୁବକଙ୍କ ଉତ୍ସାହିତ କରିବା ପାଇଁ ତାଙ୍କର କିଛି ବନ୍ଧୁ ମଧ୍ୟ ତାଙ୍କ ସହ ଚାଲିଥିଲେ । ଯୁବକଙ୍କ ଏଭଳି କାର୍ଯ୍ୟ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାନ୍ଧରେ ୧୧୬ କେଜି ଗହମ ବସ୍ତା ବୋହି ୯ କିଲୋମିଟର ଚାଲିଲେ ଯୁବକ

ଏହାସହିତ ପ୍ରକାଶଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କର ବନ୍ଧୁମାନେ ୫୦ ଗ୍ରାମର ଏକ ରୂପା ବ୍ରେସଲେଟ ମଧ୍ୟ ଉପହାର ସୂରପ ପ୍ରଦାନ କରିଛନ୍ତି । ଜଣେ ବନ୍ଧୁ କହିଛନ୍ତି, ଅଧିକ ଓଜନିଆ ଜିନିଷ ଉଠାଇବା ପ୍ରକାଶଙ୍କ ସଉକ ଅଟେ । ସେ ପୂର୍ବରୁ ମଧ୍ୟ ଏପରି ଅନେକ କାର୍ଯ୍ୟ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।

Last Updated : Aug 6, 2022, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.