ଅମରାବତୀ: ମା'ର ମୃତ୍ୟୁ ପରେ ଅନ୍ତ୍ୟେଷ୍ଟି କ୍ରିୟା ବଦଳରେ 5 ଦିନ ଘରେ ମଧ୍ୟରେ ଆବଦ୍ଧ କଲା ପୁଅ । ଏଭଳି ଘଟଣା ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲାର ଜଙ୍ଗରେଡ୍ଡି ଗୁଡେମ ଅଞ୍ଚଳରେ ଦେଖିବାକୁ ମିଳିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ମୃତଦେହକୁ ଉଦ୍ଧାର କରିଛି ।
ଜଙ୍ଗରେଡ୍ଡି ଗୁଡେମ ଅଞ୍ଚଳରେ ରହୁଥିବା ମଞ୍ଜୁଳା ଦେବୀ(79) ରୋଗରେ ପୀଡିତ ହୋଇ ମୃ୍ତ୍ୟୁବରଣ କରିଥିଲେ । ତେବେ ତାଙ୍କର ମୃତ୍ୟୁକୁ 5 ଦିନ ବିତିଯାଇଥିଲେ ମଧ୍ୟ ପୁଅ ରବିନ୍ଦ୍ର ଫାନି ଅନ୍ତ୍ୟେଷ୍ଟି କ୍ରିୟା ବଦଳରେ ମହିଳାଙ୍କ ମୃତଦେହକୁ ନିଜ ଘରେ ଆବଦ୍ଧ କରି ରଖିଥିଲା । ତେବେ ମୃତଦେହ ଦୁର୍ଗନ୍ଧ ହେବାରୁ ପଡୋଶୀମାନେ ଘର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ରବିନ୍ଦ୍ର ତାଙ୍କୁ ଅଟକାଇଥିବା ଜଣାପଡ଼ିଛି ।
ତେବେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମ୍ୟୁନସିପାଲିଟି କର୍ମଚାରୀଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲା । ରବିନ୍ଦ୍ର ପୂର୍ବରୁ ନିଜ ଭଉଣୀର ମୃତଦେହକୁ ସମାନ ଢଙ୍ଗରେ ଅନ୍ତ୍ୟେଷ୍ଟି କ୍ରିୟା ବଦଳରେ ଘର ମଧ୍ୟରେ ରଖିଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ