ETV Bharat / bharat

9yrs of Modi Govt: ମୋଦିଙ୍କୁ କଂଗ୍ରେସର ୯ ପ୍ରଶ୍ନ, ଜାରି କଲା ସ୍ବତନ୍ତ୍ର ଦସ୍ତାବିଜ - ୯ବର୍ଷ ୯ ପ୍ରଶ୍ନ

କେନ୍ଦ୍ରରେ ମୋଦି ସରକାରଙ୍କ କାର୍ଯ୍ୟାଳୟକୁ ୯ ବର୍ଷ ପୁରିଥିବା ବେଳେ କଂଗ୍ରେସ ବିଜେପି ନେତୃତ୍ବାଧୀନ ସରକାରକୁ କଡ଼ା ସମାଲୋଚନା କରିଛି । ଏନେଇ ଦଳ ପକ୍ଷରୁ ୯ବର୍ଷ, ୯ ପ୍ରଶ୍ନ ନାମରେ ଏକ ବୁକଲେଟ୍‌ ଜାରି କରାଯାଇଛି । ଅଧିକ ପଢନ୍ତୁ

9yrs of Modi Govt
9yrs of Modi Govt
author img

By

Published : May 26, 2023, 6:35 PM IST

ନୂଆଦିଲ୍ଲୀ: ୨୦୧୪ରେ ସତ୍ତାକୁ ଆସିବା ପରେ କେନ୍ଦ୍ରରେ ମୋଦି ସରକାରଙ୍କ କାର୍ଯ୍ୟାଳୟକୁ ପୁରିଛି ୯ବର୍ଷ । ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ । ଏହି ୯ବର୍ଷକୁ ବିଫଳତା ଓ ଦୁଃଖଭରା ବର୍ଷ ବୋଲି କହିଛି କଂଗ୍ରେସ । ଏହାସହିତ କେନ୍ଦ୍ର ସରକାରଙ୍କୁ ଦଳ ପକ୍ଷରୁ ୯ଟି ପ୍ରଶ୍ନ କରାଯାଇଛି । ଏଥିରେ ବେରୋଜଗାର, ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, ବିମୁଦ୍ରୀକରଣ ଭଳି ପ୍ରସଙ୍ଗ ଉଠାଯାଇଛି । ଏହି ଦିବସକୁ କେନ୍ଦ୍ର ସରକାର 'କ୍ଷମା ଦିବସ' ଭାବେ ପାଳନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

  • 9 साल, 9 सवाल

    बीते 9 वर्षों में देश ने महंगाई, बेरोजगारी और भ्रष्टाचार का तांडव देखा है।

    : @Jairam_Ramesh जी pic.twitter.com/0fJOGDqsll

    — Indian Youth Congress (@IYC) May 26, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ରାହୁଲ ଗାନ୍ଧୀ 'ଭାରତ ଯୋଡ଼ ଯାତ୍ରା' ସମୟରେ ଏହି ପ୍ରସଙ୍ଗକୁ ଉଠାଇଥିବା ବେଳେ ଏହା ଉପରେ ଆଧାର କରି ୯ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି । କଂଗ୍ରେସ ମୁଖପାତ୍ର ଜୟରାମ ରମେଶ AICC ହେଡ୍‌ କ୍ବାର୍ଟରରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି । ଏନେଇ ଦଳ ପକ୍ଷରୁ '୯ବର୍ଷ, ୯ ପ୍ରଶ୍ନ' ନାମରେ ଏକ ବୁକଲେଟ୍‌ ଜାରି କରାଯାଇଛି । ଖୋଦ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ବୋଲି ଦଳ ଦାବି କରିଛି ।

ଏହା ବି ପଢନ୍ତୁ- NITI Aayog Meeting: ବୈଠକକୁ ବହିଷ୍କାର କଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଏନେଇ କଂଗ୍ରେସ ମୁଖପାତ୍ର ଜୟରାମ ରମେଶ କହିଛନ୍ତି, "ଆଜି ମୋଦି ସରକାରକୁ ୯ବର୍ଷ ପୁରିଛି । ଏହି ୯ବର୍ଷ ମଧ୍ୟରେ ଲୋକଙ୍କୁ ମହଙ୍ଗା, ବେରୋଜଗାର ଓ ତାନାଶାହିର ଶିକାର ହେବାକୁ ପଡ଼ିଛି । ଗୁଣ୍ଡାଗର୍ଦ୍ଦି କରି ସତ୍ତାକୁ ଆସିଥିବା ବିଜେପି ସରକାର ନିଜର କୌଣସି ଗୋଟିଏ ବି ପ୍ରତିଶୃତିକୁ ପୂରଣ କରିନାହିଁ । ଖାଲି ତାରିଖ ପରେ ତାରିଖ ଗଡେଇ ଚାଲିଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ବିଗୁଣା କରିବା ପ୍ରତିଶୃତି ସମେତ ଆବାସ ଦେବାକୁ ପୂରଣ କରିନାହିଁ । ପ୍ରତିବର୍ଷ ୨ କୋଟି ଚାକିରି ଦେବା ପ୍ରତିଶୃତି ମଧ୍ୟ ପୁରଣ କରିନାହିଁ । ପ୍ରଧାନମନ୍ତ୍ରୀ ନିଜର ପ୍ରତିଶୃତି ପୁରଣ କରିନଥିବା ବେଳେ ନିଜ ଅଜ୍ଞାନତା ଯୋଗୁଁ ଦେଶକୁ ସଙ୍କଟ ମାଡି ଆସିଛି । ବିମୁଦ୍ରୀକରଣ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡିଛି । ଅଗ୍ନିବୀର ଯୋଜନା ଯୁବପୀଢିଙ୍କ ସ୍ବପ୍ନକୁ ଧୂଳିସାତ କରିଛି ।"

ସେହିପରି କଂଗ୍ରେସ ଇଡି, ସିବିଆଇ ଉପରେ ମଧ୍ୟ ପ୍ରଶ୍ନ କରିଛି । କେନ୍ଦ୍ର ସରକାରଙ୍କ ଚାପରେ ଆସି ବିଜେପି ବିରୋଧୀ ଦଳର ନେତା ପଛରେ ଏହି ୨ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁ ନେତା ବିଜେପି ଶାସନ ବିରୋଧରେ ଅଭିଯୋଗ କରୁଛି ତାର ସ୍ବରକୁ ଚପାଇବା ଲାଗି ଇଡି, ସିବିଆର ଭୟ ଦେଖାଯାଉଥିବା ଦଳ କହିଛି । ଏହି ୯ବର୍ଷ ବିଫଳତାର ବର୍ଷ । ଲୋକେ ବିଜେପି ସରକାର ଦ୍ବାରା ବ୍ୟସ୍ତବିବ୍ରତ ହୋଇଯାଇଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ କର୍ଣ୍ଣାଟକ ନିର୍ବାଚନର ଫଳକୁ ନେଇ ମୋଦି ସରକାରକୁ ସମାଲୋଚିତ କରିଛି । ବିଜେପି ଓ ମୋଦି ସରକାରଙ୍କୁ ଲୋକେ ନାପସନ୍ଦ କରୁଥିବା ଏହି ଫଳାଫଳରୁ ପ୍ରମାଣିତ ହୋଇଛି । ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପ୍ରକ୍ରିୟା କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା କଂଗ୍ରେସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.