ETV Bharat / bharat

ଐତିହାସିକ ଅଜମେର କିଲ୍ଲା, ଏଠାରୁ ଆରମ୍ଭ ହୋଇଥିଲା ଇଂରେଜ ଗୁଲାମିର ପ୍ରଥମ ଅଧ୍ୟାୟ

author img

By

Published : Aug 28, 2021, 6:03 AM IST

ରାଜସ୍ଥାନର ଐତିହାସିକ ସ୍ଥଳ ଅଜମେର ଦୁର୍ଗ । ଏହିଠାରେ ପ୍ରଥମ ଆରମ୍ଭ ହୋଇଥିଲା ବ୍ରିଟିଶ ଦାସତ୍ବର ପ୍ରଥମ ଅଧ୍ୟାୟ । ମୋଗଲ ସମ୍ରାଟ ଜାହାଙ୍ଗୀର ଓ ଇଂରେଜଙ୍କ ଗୋଟିଏ ଚୁକ୍ତି ସାରା ଦେଶରେ ବଦଳାଇ ଦେଇଥିଲା ନକ୍ସା । ଏହାପରେ ଭାରତରେ ଘୋଟିଥିଲା ବ୍ରିଟିଶ ସରକାରଙ୍କ କଳା ବାଦଲ । ଆଉ ଦେଶ ହୋଇଥିଲା ପରାଧୀନ । ଆଜି ଦେଶ ସ୍ବାଧୀନତାକୁ ପୂରିଛି ୭୫ ବର୍ଷ । ଏହି ଅବସରରେ ଜାଣନ୍ତୁ ଅଜମେର ଦୁର୍ଗର କାହାଣୀ...

ଐତିହାସିକ ଅଜମେର କିଲ୍ଲା, ଏଠାରୁ ଆରମ୍ଭ ହୋଇଥିଲା ଇଂରେଜ ଗୁଲାମିର ପ୍ରଥମ ଅଧ୍ୟାୟ
ଐତିହାସିକ ଅଜମେର କିଲ୍ଲା, ଏଠାରୁ ଆରମ୍ଭ ହୋଇଥିଲା ଇଂରେଜ ଗୁଲାମିର ପ୍ରଥମ ଅଧ୍ୟାୟ

ଜୟପୁର: 1947 ମସିହା ଅଗଷ୍ଟ ୧୫ ତାରିଖ । ଭାରତ ଦାସତ୍ବର ବିରାଟ ପ୍ରାଚୀରକୁ ଭାଙ୍ଗି ଏକ ସ୍ବାଧୀନ ରାଷ୍ଟ୍ର ହେଲା । ଦେଶରେ ଦାସତ୍ବର ପ୍ରଥମ ଅଧ୍ୟାୟ ରାଜସ୍ଥାନର ଅଜମେରରୁ ଆରମ୍ଭ ହୋଇଥିଲା । ଅଜମେର କିଲ୍ଲା ଜାହାଙ୍ଗୀର ଏବଂ ସାର୍ ଥୋମାସ୍ ରୋ'ଙ୍କ ଚୁକ୍ତିନାମାକୁ ସାକ୍ଷ୍ୟ ଦେଇଥାଏ । ଯାହା ଭାରତର ଇତିହାସକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା । ରାଜା ଜାହାଙ୍ଗୀରଙ୍କ ସହ ଇଂରେଜର ଏହି ବାଣିଜ୍ୟିକ ଚୁକ୍ତି ଯୋଗୁଁ ଦେଶରେ ମୋଗଲ ସାମ୍ରାଜ୍ୟ ପତନ ହେଲା ଏବଂ ଦେଶରେ ବ୍ରିଟିଶ ଶାସନ ପ୍ରତିଷ୍ଠା ହୋଇଥିଲା । ଏହାପରେ ବ୍ରିଟିଶ ଶାସନ ମଧ୍ୟରେ ବହୁ ବିପ୍ଳବୀ ନିଜ ଜୀବନକୁ ବଳି ପକାଇବା ସହିତ ଅନେକ ସହିଥିଲେ କଠୋର ଦଣ୍ଡ ।

ଜାଣନ୍ତୁ ଭାରତରେ ଇଂରେଜର ପ୍ରଥମ ଗୁଲାମିର ଅଧ୍ୟାୟ ଆରମ୍ଭ ହୋଇଥିବା ଏହି ସ୍ଥାନ(ଅଜମେର) ସମ୍ପର୍କରେ....

ରାଜସ୍ଥାନର ଅଜମେର ସହରର ମଧ୍ୟଭାଗରେ ରହିଛି ଅଜମେର କିଲ୍ଲା । ଏହି କିଲ୍ଲା ଆକବରଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ବର୍ତ୍ତମାନ ଏଠାରେ ଏକ ରାଜ୍ୟ ସଂଗ୍ରହାଳୟ ରହିଛି । ଭାରତରେ ବ୍ରିଟିଶ ଦାସତ୍ବର ପ୍ରଥମ ଅଧ୍ୟାୟ ଅଜମେର ଦୁର୍ଗରୁ ଆରମ୍ଭ ହୋଇଥିଲା । 1616 ମସିହାରେ ଇଂଲଣ୍ଡର କିଙ୍ଗ ଜେମ୍ସ ଭାରତକୁ କବଜା କରିବା ପାଇଁ ମଞ୍ଜି ବୁଣିଥିଲେ । ସ୍ବର୍ଣ୍ଣମୟୀ ଦେଶ ଭାରତ ଉପରେ ପଡି଼ସାରିଥିଲା ଇଂରେଜଙ୍କ ଲୋଲୁପ ଦୃଷ୍ଟି । ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତିନିଧି ଥୋମାସ ରୋଙ୍କୁ ଭାରତ ପଠାଇଥିଲେ । ଯେକୌଣସି ପ୍ରକାରେ ଭାରତରେ ବାଣିଜ୍ୟ କାରବାର ଆରମ୍ଭ କରିବା ପାଇଁ ଅନୁମତି ଆଣିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଗଲା । ଏହି ଅଜମେର କିଲ୍ଲାରେ ଥୋମାସ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କୁ ଭେଟିଥିଲେ। ବାଣିଜ୍ୟିକ ଚୁକ୍ତି ପାଇଁ ଅନୁମତି ପାଇବା ଏହି ବୈଠକର ଥିଲା ମୂଳ ଉଦ୍ଦେଶ୍ୟ ।

ଇଷ୍ଟ ଇଣ୍ଡିଆ କମ୍ପାନୀ ସୁରଟ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ କାରଖାନା ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ଅଧିକାର ଚାହୁଁଥିଲା । ଅନେକ ବୈଠକ ପରେ ଜାହାଙ୍ଗୀର ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ଏହି ଗୋଟିଏ ଚୁକ୍ତି ହିଁ ପରବର୍ତ୍ତୀ ସମୟରେ ଭାରତର ସମ୍ପୂର୍ଣ୍ଣ ଇତିହାସକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା । ଯେତେବେଳେ ଏହି ଚୁକ୍ତିନାମା ହେଲା ସେତେବେଳେ କେହି ଜାଣି ନଥିଲେ ଯେ ବାଣିଜ୍ୟ ଏବଂ କାରଖାନା ପ୍ରତିଷ୍ଠା କରିବାକୁ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ସମଗ୍ର ଦେଶରେ ଏହାର ସାମ୍ରାଜ୍ୟ ପ୍ରତିଷ୍ଠା କରିବ। ଧୀରେ ଧୀରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାର ଜାଲ ସାରା ଦେଶରେ ବିସ୍ତାର କରିବା ଆରମ୍ଭ କଲା ଏବଂ ଶେଷରେ ଭାରତରେ ପ୍ରତିଷ୍ଠା ହୋଇଥିଲା ବ୍ରିଟିଶ ଶାସନ ।

ରାଜା ପୃଥ୍ବୀରାଜ ଚୌହାନଙ୍କ ଗଡ଼ ବୋଲାଉଥିବା ଅଜମେରରେ ଚୌହାନ ରାଜବଂଶର ରାଜୁତି ପରେ ରାଜପୁତ, ମୋଗଲ, ମରାଠା ଏବଂ ବ୍ରିଟିଶମାନେ ଶାସନ କରିଥିଲେ । ଏହାବ୍ୟତୀତ ଅଜମେର ଦୁର୍ଗ ମଧ୍ୟ ଅନେକ ଐତିହାସିକ ଘଟଣାର ସାକ୍ଷୀ ହୋଇ ରହିଛି । ମୋଗଲ ବାଦଶାହ ଆକବର ଏହି ଦୁର୍ଗରୁ ହଳଦିଘାଟୀ ଯୁଦ୍ଧର ତଦାରଖ କରିଥିଲେ ଏବଂ ମାନସିଂହଙ୍କୁ ଯୁଦ୍ଧ ପାଇଁ ପଠାଇଥିଲେ । ଅଜମେର ମଧ୍ୟ ଭାଗରେ ରହୁଥିବାରୁ ଏଠାରୁ ସମସ୍ତ କାର୍ଯ୍ୟ କରିବା ସହଜ ହେଉଥିଲା । ଏହି ଦୁର୍ଗ ଉତ୍ତର ଭାରତର ବିପ୍ଳବୀମାନଙ୍କର ଏକ ବଡ଼ କେନ୍ଦ୍ର ହୋଇଥିଲା । ମହାତ୍ମା ଗାନ୍ଧୀ, ଅର୍ଜୁନ ଲାଲ ସେଠୀ, ଚନ୍ଦ୍ରଶେଖର ଆଜାଦଙ୍କ ପରି ମହାନ ଦେଶପ୍ରେମୀ ମଧ୍ୟ ଏଠାକୁ ଆସିଥିଲେ । ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଏଠାରୁ ଉତ୍ପନ୍ନ ହେଉଥିଲା । ଦେଶ ସ୍ବାଧୀନତା ପାଇବା ପରେ ଅଜମେରର ଏହି ଦୁର୍ଗ ସ୍ବାଧୀନ ଭାରତର ଉତ୍ସବର ସାକ୍ଷୀ ହୋଇଗଲା ।

1947 ମସିହା ଅଗଷ୍ଟ 14 ତାରିଖରେ ରାତି 12ଟା ସମୟରେ ଦେଶ ସ୍ବାଧୀନ ହେଲା ବୋଲି ଘୋଷଣା କରାଯାଇଥିଲା । ସେତେବେଳେ ତତ୍କାଳୀନ କଂଗ୍ରେସ ସଭାପତି ଜୀତମଲ ଲୁନିୟା, ଶହ ଶହ ଲୋକଙ୍କ ଉପସ୍ଥିତିରେ ଏହି ଦୁର୍ଗରେ ବ୍ରିଟିଶମାନଙ୍କ ପତାକାକୁ ହଟାଇ ଉଡ଼ାଇଥିଲେ ତ୍ରିରଙ୍ଗା ବାନା । ଅଜମେର ରାଜସ୍ଥାନର କେନ୍ଦ୍ର ହୋଇଥିବାରୁ ଅନେକ କ୍ଷେତ୍ରରେ ଏହାର ମହତ୍ବ ରହି ଆସିଛି । ଏଠାରୁ ସମଗ୍ର ରାଜପୁତଙ୍କ ଉପରେ ନିୟନ୍ତ୍ରଣ ସହଜ ଥିଲା । ଏହି କାରଣ ଲାଗି ଅଜମେର କେବଳ ମୋଗଲ ନୁହଁନ୍ତି ବରଂ ବ୍ରିଟିଶମାନଙ୍କ ମଧ୍ୟ ଥିଲା ପ୍ରଥମ ପସନ୍ଦ । କିନ୍ତୁ ବିଡ଼ମ୍ବନାର ବିଷୟ ବ୍ରିଟିଶ ଦାସତ୍ବର ପ୍ରଥମ ଅଧ୍ୟାୟ ମଧ୍ୟ ଏଠାରୁ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.