ETV Bharat / bharat

ବର୍ବରତାର ସୀମା ପାର, 5 ମାସର ଶିଶୁକୁ ପିଟିପିଟି ହତ୍ୟା - ଲୋମଟାଙ୍କୁରା ଘଟଣା

ବିହାରର ନାଳନ୍ଦା ଜିଲ୍ଲାରେ ଲୋମଟାଙ୍କୁରା ଘଟଣା । ଦୁୁଇ ଗୋଷ୍ଠୀ ସଂଘର୍ଷ ସମୟରେ 5 ମାସର ଶିଶୁକୁ ପିଟିପିଟି ହତ୍ୟା । ଅଧିକ ପଢ଼ନ୍ତୁ

baby killed in nalanda
ଶିଶୁକୁ ପିଟିପିଟି ହତ୍ୟା
author img

By

Published : Jan 2, 2023, 10:35 AM IST

ପାଟନା: ବର୍ବରତାର ସୀମା ପାର । ଦୁଇ ଗୋଷ୍ଠୀ ସଂଘର୍ଷ ମଧ୍ୟରେ ବଳି ପଡ଼ିଲା 5 ମାସର ଶିଶୁ । ମାରପିଟ ବେଳେ 5 ମାସର ଶିଶୁକୁ ବାଡ଼ିରେ ପିଟିପିଟି ହତ୍ୟା ନୃଶଂସ ଭାବେ ହତ୍ୟା କରାଯାଇଛି । ବିହାରର ନାଳନ୍ଦା ଜିଲ୍ଲା ବେନା ଥାନା ଅନ୍ତର୍ଗତ ଚନ୍ଦୌରା ଗ୍ରାମରେ ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ଗୋଷ୍ଠୀ ସଂଘର୍ଷରେ ଅନ୍ୟ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ: ଦିଲ୍ଲୀରେ ଯୁବତୀଙ୍କୁ ଘୋଷାଡି ନେଲା କାର, ସାମ୍ନାକୁ ଆସିଲା CCTV ଫୁଟେଜ

ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବେ ଚନ୍ଦୌରା ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯେଉଁଥିରେ ଏକ ଉକ୍ତ 5 ମାସ ଶିଶୁର ବାପା ହସ୍ତକ୍ଷେପ କରିଥିଲେ । ଏଥିରେ ରାଗ ରଖି ଗତ ରବିବାର ବିପକ୍ଷ ଗୋଷ୍ଠୀର ଲୋକେ ତାଙ୍କ ଘରେ ପ୍ରବେଶ କରି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ବିଭିନ୍ନ ହଥିଆର ସାହାଯ୍ୟରେ ଅତି ନୃଶଂସର ସହ ମାରପିଟ୍‌ କରିଥିଲେ । ଏଥିରେ ପରିବାରର 5 ମାସର ଶିଶୁ ସମେତ 4 ଜଣ ସଦସ୍ୟ ଆହତ ହୋଇଥିଲେ । ସମସ୍ତ ଆହତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Demonetisation Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ, ଆଜି ଆସିବ ସୁପ୍ରିମ ରାୟ

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଘଟଣା ପରେ ଅଭିଯୁକ୍ତମାନେ ଗାଁରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏନେଇ ବେନା ଥାନା ଅଧିକାରୀ କହିଛନ୍ତି, "ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ପୂର୍ବ ବିବାଦକୁ ନେଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଖୁବଶୀଘ୍ର ଧରାଯାଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.