ETV Bharat / bharat

ସହିହେଲାନି ଋଣ ବୋଝ, ମୃତ୍ୟୁର ଫାଶରେ ଝୁଲି ପଡିଲେ ଗୋଟିଏ ପରିବାରର ୫ ସଦସ୍ୟ

ବିହାରର ସମସ୍ତିପୁରରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

author img

By

Published : Jun 6, 2022, 8:01 AM IST

ମୃତ୍ୟୁର ଫାଶରେ ଝୁଲି ପଡିଲେ ଗୋଟିଏ ପରିବାରର ୫ ସଦସ୍ୟ, କାରଣ ଅସ୍ପଷ୍ଟ

ପାଟନା: ବିହାରର ସମସ୍ତିପୁରରେ ଘଟଣା । ଏକା ସାଙ୍ଗରେ ମୃତ୍ୟୁର ଫାଶରେ ଝୁଲି ପଡିଲେ ଗୋଟିଏ ପରିବାରର ୫ ସଦସ୍ୟ । ବିଦ୍ୟାପତିନଗର ଥାନା ମାଉ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଘଟଣା ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ମୃତକଙ୍କ ହେଉଛନ୍ତି ମନୋଜ ଓ ତାଙ୍କ ସ୍ତ୍ରୀ ସୁନ୍ଦର ମଣି ଦେବୀ, ମନୋଜଙ୍କ ମା ସୀତା ଦେବୀ, ପୁଅ ସତ୍ୟମ ଓ ୭ ବର୍ଷର ଶିଶୁ ଶିବମ । ସମସ୍ତ ଗୋଟିଏ ପରିବାରର ହୋଇଥିବା ବେଳେ କେଉଁ କାରଣରୁ ସମସ୍ତେ ଏକା ସାଙ୍ଗରେ ଆତ୍ମହତ୍ୟାର ବାଟ ଆପଣାଇଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ତେବେ ଆର୍ଥିକସ୍ଥିତି ଖରାପ ଥିବା ହେତୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ୫ଜଣ ଆତ୍ମହତ୍ୟା କରିଛନ୍ତି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.