ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଅଭାବନୀୟ ଘଟଣା । ଋଣ ଟଙ୍କା ସୁଝି ନପାରି ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ପାଞ୍ଚ ସଦସ୍ୟ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୁରା ପରିବାର । ଏଭଳି ଘଟଣା ଘଟିଛି ବେରାଗଡ କଲାନରେ । କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଋଣ ଟଙ୍କା ସୁଝିବା ଚିନ୍ତାରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ସହ ପୁରା ପରିବାର ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରାଥମିକ ସୁତ୍ରରୁ ଜଣା ପଡିଛି ।
ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଜିଲ୍ଲା ପ୍ରଶାସନ ଡାକ୍ତରୀ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହମିଡିଆ ହସ୍ପିଚାଲକୁ ପଠାଇଥିଲା । ଏହାପରେ ଖଜୁରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଋଣ ଟଙ୍କା ସୁଝି ନପାରି ପୁରା ପରିବାର ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିବ ।
ତଦନ୍ତ ଜାରି ରଖିଛି ପୋଲିସ: ପୋଲିସର ସୂଚନା ଅନୁଯାୟୀ, ଭୋପାଳର ବେରାଗଡ କଲାନରେ ଜଣେ କଣ୍ଟ୍ରାକ୍ଟର ତାଙ୍କ ପତ୍ନୀ ଏବଂ ପିଲା ମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଜୁରି ଥାନା ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଋଣ ଟଙ୍କା ସୁଝି ନପାରି ପୁରା ପରିବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସବୁ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି । ଏଥି ସହ କଣ୍ଟ୍ରାକ୍ଟରଙ୍କ ମୋବାଇଲ ଫୋନକୁ ମଧ୍ୟ ପୋଲିସ ଯାଞ୍ଚ କରିବ । ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ କେଉଁ ମାନେ ତାଙ୍କୁ କଲ କରିଥିଲେ ଓ ସେ କଣ କଥା ହୋଇଥିଲେ ସନେଇ ଖୋଳତାଡ କରିବ ପୋଲିସ ।
ସ୍ଥାନୀୟ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ: ଥାନା ଦାୟିତ୍ୱରେ ଥିବା ସାନ୍ଧ୍ୟା ମିଶ୍ର କହିଛନ୍ତି ଯେ,'' ବେରଗଡ କଲାନ ଗାଁର ବାସିନ୍ଦା କିଶୋର ଜାଟଭ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଗତ ବୁଧବାର ସକାଳେ ହମିଡିଆ ହସ୍ପିଟାଲରୁ ସୂଚନା ମିଳିଥିଲା ଯେ କଣ୍ଟ୍ରାକ୍ଟର କିଶୋର ଜାଟଭ, ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ପୁଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସମସ୍ତଙ୍କର ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ପ୍ରାଥମିକ ତଦନ୍ତରୁ ଋଣ ଟଙ୍କାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଥିବା ବେଳେ ଆଗକୁ ତଦନ୍ତ ଜାରି ରହିଛି । ଏନେଇ ତାଙ୍କର ଅନ୍ୟ ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ।