ETV Bharat / bharat

କାରକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୫ଜଣଙ୍କ ଜୀବନ, ୩ ଗୁରୁତର - ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଜସ୍ଥାନର ନାଗାଉର କୁଚାମନ ସହରରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନ ନାଗାଉରରେ ଦୁର୍ଘଟଣା : ଆଖି ବୁଜିଲେ ୫, ୩ ଗୁରୁତର

author img

By

Published : Aug 8, 2021, 7:00 AM IST

ଜୟପୁର: ରାଜସ୍ଥାନର ନାଗାଉର କୁଚାମନ ସହରରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଓ ଗୁରୁତର ରାଜାଲଡେସାର ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ବର୍ଷା ପ୍ରବଳ ହେତୁ ରାସ୍ତା ଦୃଶ୍ୟମାନ ନ ହେବାରୁ ଏ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ରାଜାଲଡେସାର ଜିଲ୍ଲାରୁ ଏକ କାରରେ ୮ ଜଣ ଯାତ୍ରା କରୁଥିବା ବେଳେ ଏକ ଟ୍ରକ ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ପୋଲିସ କର୍ମଚାରୀମାନେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଗୁରୁତର ମାନଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜୟପୁର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସେପଟେ, ଏ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଏହାସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.