ETV Bharat / bharat

ଦାୟିତ୍ବ ନେଲେ 3 ଓଡିଆ ମନ୍ତ୍ରୀ - ଅଶ୍ବିନୀ ବୈଷ୍ଣବ

ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ 3 ଓଡିଆଙ୍କୁ ସ୍ଥାନ ମିଳିଛି । ଯାହାକି ରାଜ୍ୟ ପାଇଁ ଏକ ବଡ ସଫଳତା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ...

ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ 3 ମନ୍ତ୍ରୀ ସାମିଲ

author img

By

Published : Jul 8, 2021, 10:55 PM IST

ଭୁବନେଶ୍ବର: ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ 3 ଓଡିଆ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି 3 ଓଡିଆଙ୍କୁ ଗୁରୁତ୍ବ ଦାୟିତ୍ବ ଦେଇଛନ୍ତି । ଓଡିଶାର ଆଶାଠୁ ମୋଦି ସରକାର ଢେର ଅଧିକ ଦେଇଛନ୍ତି ।

ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ସହିତ ମିଳିଛି ରେଳ ବିଭାଗ । ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁ଼ଡୁଙ୍କୁ ମିଳିଛି ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗ । ଟୁଡୁ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ନୂଆ ଦାୟିତ୍ବ ପାଇଛନ୍ତି । ସେହିପରି ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଶିକ୍ଷା ବିଭାଗ । ଭାରତର ବିକାଶରେ ଶିକ୍ଷାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।

ପ୍ରଧାନମନ୍ତ୍ରୀ ଓଡିଶା କ୍ୟାଡରର ପୂର୍ବତନ IAS ଅଧିକାରୀଙ୍କ ଉପରେ ଗଭୀର ବିଶ୍ବାସ ପ୍ରଦର୍ଶନ କରି ତାଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛନ୍ତି । 1999 ମସିହା ଓଡିଶାରେ ସୁପର ସାଇକ୍ଲୋନ ସମୟରେ ଅଶ୍ବିନୀ ଜଣେ ପ୍ରଶାସକ ଭାବରେ ତାଙ୍କର ବଳିଷ୍ଠ ଭୂମିକା ପ୍ରତିପାଦନ କରିଥିଲେ । ଏହାସହିତ PPP ଫ୍ରେମୱାର୍କ ଭିତ୍ତିଭୂମିରେ ଦେଇଥିବା ଅବଦାନ ପାଇଁ ଅଶ୍ବିନୀ ବିଶେଷ ଭାବରେ ଜଣାଶୁଣା । ସେ ପେନସିଲଭାନିଆ ବିଶ୍ବବିଦ୍ୟାଳୟରୁ MBA ଡ଼ିଗ୍ରୀ ହାସଲ କରିଥିବା ବେଳେ IIT କାନପୁରରେ MTech କରିଥିଲେ ।

ଏହାସହିତ ଟୁଡୁଙ୍କ ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି । ଆଦିବାସୀ ନେତା ଭାବରେ ତାଙ୍କର ଓଡିଶାରେ ସ୍ବତନ୍ତ୍ର ସ୍ଥାନ ରହିଛି । 2019 ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢି ସେ ବିଜୟ ହାସଲ କରିଥିଲେ । 56 ବର୍ଷୀୟ ସାଂସଦ ବିଶେଶ୍ବର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପର୍ବରୁ ଟୁଡୁ ସାମାଜିକ ସଂଗଠନ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର ଶାଖା ବିଦ୍ୟାଭାରତୀ ସହ ଜଡିତ ଥିଲେ ।

ଟୁଡୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ଏହି ସରକାର ଓଡିଶା ତଥା ଦେଶର ଆଦିବାସୀଙ୍କ ବିକାଶ ଚାହୁଁଥିବା ବାର୍ତ୍ତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରୟାସ କରିଛନ୍ତି । ସେହିପରି ଦେଶର ଭବିଷ୍ୟତ ନ୍ୟସ୍ତ ଥିବା ବିଭାଗ ତଥା ଶିକ୍ଷା ବିଭାଗକୁ ଧର୍ମେନ୍ଦ୍ରଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ମହାମାରୀ ସମୟରେ ଗଭୀର ପ୍ରଭାବ ପଡିଥିବା ଶିକ୍ଷା ବିଭାଗର ପୁନଃ ବିକାଶ ଧର୍ମେନ୍ଦ୍ରଙ୍କ ପାଇଁ ନିଶ୍ଚିତ ଆହ୍ବାନ ପୂର୍ଣ୍ଣ ହୋଇପାରେ । ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.