ଦିଶପୁର: ଭୂକମ୍ପ ଝଟକାରେ ଥରିଲା ଆସାମ ରାଜ୍ୟର ସୋନିତପୁର ଜିଲ୍ଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଆଜି (ରବିବାର) ଅପରାହ୍ନ ୨ଟା ୪୦ ମିନିଟ ସମୟରେ ସୋନିତପୁର ଅଞ୍ଚଳରେ । ଏହାର ତୀବ୍ରତା ରିକ୍ଟର ସ୍କେଲରେ ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର । ଏହାର ଗଭୀରତା ୫ କିଲୋମିଟର ରହିଥିଲା ।
ସେପଟେ ଏମସିଏସର ସୂଚନାନୁସାରେ ଆସାମ ରାଜ୍ୟର ସୋନିତପୁର ନିଟକରେ ଭୂମିକମ୍ପ ହୋଇଥିଲା । ଆଉ ଏହାପୂର୍ବରୁ ବୁଧବାର ଦିନ ଆସାମର ତେଜପୁରରେ ରିକ୍ଟର ସ୍କେଲରେ 3.5 ମ୍ୟାଗ୍ନିଟ୍ୟୁଡର ଏକ ଭୂକମ୍ପ ଘଟିଛି । ତେବେ ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ