ETV Bharat / bharat

ମେଘାଳୟରେ ଭୂକମ୍ପ ଝଟକା

author img

By

Published : Aug 10, 2021, 7:11 AM IST

ଆଜି ସକାଳେ ମେଘାଳୟର ରିଭୋଇ ଜିଲ୍ଲାର ନଙ୍ଗପୋହ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ମେଘାଳୟରେ ଭୂକମ୍ପ ଝଟକା
ମେଘାଳୟରେ ଭୂକମ୍ପ ଝଟକା

ସିଲଙ୍ଗ: ମେଘାଳୟରେ ଭୂକମ୍ପ ଝଟକା । ଆଜି ସକାଳେ ମେଘାଳୟର ରିଭୋଇ ଜିଲ୍ଲାର ନଙ୍ଗପୋହ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଥିବା ସୂଚନା ମିଳିଛି ।

ନ୍ୟାସନାଲ ସେଣ୍ଟରଫର ସେସମୋଲୋଜିର ତଥ୍ୟ ଅନୁଯାୟୀ ନଙ୍ଗପୋହର ୩୩ କିଲୋମିଟର ପୂର୍ବ ଉତ୍ତର ପୂର୍ବରେ ଏହା ଅନୁଭୂତ ହୋଇଥିଲା ।

ତେବେ ଏହା ପୂର୍ବରୁ ମେଘାଳୟର ପଶ୍ଚିମ ଖାସି ପାହାଡରେ ରିକ୍ଟର ସ୍କେଲରେ 2.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ନଙ୍ଗପୋହର 58 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ । ତେବେ ଭୂକମ୍ପ ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.