ETV Bharat / bharat

Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ - ଘୋଷଣା ହେଲା ନୋବେଲ 2023

ଘୋଷଣା ହେଲା ନୋବେଲ ପୁରସ୍କାର 2023 । ଫିଜିଓଲୋଜି ଓ ମେଡିସିନରେ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ । କୋଭିଡ ବିରୋଧୀ ଲଢେଇରେ ସହାୟକ ହୋଇଥିଲା ଉଭୟଙ୍କ ଗବେଷଣା । ଅଧିକ ପଢନ୍ତୁ

Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

author img

By ETV Bharat Odisha Team

Published : Oct 2, 2023, 3:49 PM IST

Updated : Oct 2, 2023, 4:15 PM IST

ହାଇଦ୍ରାବାଦ: ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର 2023 । ଚଳିତବର୍ଷ ଫିଜିଓଲୋଜି ଓ ମେଡିସିନରେ କାଟାଲିନ୍ କାରିକୋ (Katalin Karikó)ଏବଂ ଡ୍ର୍ୟୁ ୱିସମ୍ୟାନ (Drew Weissman)ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଆଧାରିତ ସଂଶୋଧନ ଉପରେ ଉଭୟ ଗବେଷଣା ଜାରି ରଖିଥିଲେ । ଉଭୟଙ୍କ ଆବିଷ୍କାର କୋଭିଡ ବିରୋଧୀ ଲଢେଇରେ ବେଶ ସହାୟକ ହୋଇଥିଲା । ଉଭୟଙ୍କ ଗବେଷଣା ଓ ଆବିଷ୍କାର COVID-19 ଭୂତାଣୁ ବିରୋଧରେ ଲଢିବା ପାଇଁ ପ୍ରଭାବଶାଳୀ mRNA ଟିକା ବିକଶିତ କରିବାରେ ସକ୍ଷମ ହୋଇଛି । ଉଭୟଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।

  • BREAKING NEWS
    The 2023 #NobelPrize in Physiology or Medicine has been awarded to Katalin Karikó and Drew Weissman for their discoveries concerning nucleoside base modifications that enabled the development of effective mRNA vaccines against COVID-19. pic.twitter.com/Y62uJDlNMj

    — The Nobel Prize (@NobelPrize) October 2, 2023 " class="align-text-top noRightClick twitterSection" data=" ">

କ୍ୟାଟେଲିନ୍ କାରିକୋ:-

1955 ମସିହାରେ ହଙ୍ଗେରୀର ଜୋଲନୋକରେ ଜନ୍ମଗ୍ରହଣ କରିଥିଲେ କ୍ୟାଟେଲିନ୍ କାରିକୋ । ସେ 1982 ମସିହାରେ ଜେଗେଡ ୟୁନିଭରସିଟିରୁ PhD ହାସଲ କରିଥିଲେ । ଏହା ପରେ ସେ ହଙ୍ଗେରୀ ଏକାଡେମୀ-ଅଫ-ସାଇନ୍ସରେ ଡକ୍ଟରେଟ ଫେଲୋସିପ୍ ସମାପ୍ତ କରିଥିଲେ । ଏହାପରେ ସେ ଫିଲାଡେଲଫିଆର ଟେମ୍ପଲ ୟୁନିଭର୍ସିଟିରେ ସ୍ନାତକତ୍ତୋର ଡକ୍ଟରେଟ ରିସର୍ଚ୍ଚ ମଧ୍ୟ ସମାପ୍ତ କରିଥିଲେ । ପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ଜଣେ ସହକାରୀ ପ୍ରଫେସର ଭାବେ ଅଧ୍ୟାପନା ଆରମ୍ଭ କରିବା ସହ ଗବେଷଣା ମଧ୍ୟ ଜାରି ରଖିଥିଲେ । 2013ରେ କ୍ୟାଟେଲିନ୍ ବାୟୋଏନଟେକ୍ ଆରଏନ୍ଏ (BioNTech RNA) ଫାର୍ମାସ୍ୟୁଟିକାଲ୍ କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ । କୋଭିଡ ସଂକ୍ରମଣ ସମୟରେ 2021 ମସିହାରେ ସେ କୋଭିଡ ଭୂତାଣୁ ବିରୋଧରେ mRNA ଟିକା ବିକଶିତ କରିଥିଲେ । ଯାହା ସାରା ବିଶ୍ବରେ କୋଭିଡ ବିରୋଧୀ ଲଢେଇକୁ ବଳ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:- ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ଡ୍ରୁ ୱାଇସମାନ :

ଚଳିତବର୍ଷର ଅନ୍ୟତମ ନୋବେଲ ବିଜେତା ଡ୍ରୁ ୱାଇସମାନଙ୍କ ଜନ୍ମ 1959 ମସିହାରେ ଆମେରିକୀୟ ରାଜ୍ୟ ମାସାଚୁସେଟ୍ସରେ ହୋଇଥିଲା । ସେ 1987 ମସିହାରେ ବୋଷ୍ଟନ୍ ୟୁନିଭରସିଟିରୁ PhD ଏବଂ MD ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ହାର୍ଭାର୍ଡ ମେଡିକାଲ୍ ସ୍କୁଲର ବେଥ୍ ଇସ୍ରାଏଲ୍ ମେଡିକାଲ ସେଣ୍ଟରରେ କ୍ଲିନିକାଲ୍ ପ୍ରଶିକ୍ଷଣ ନେଇଥିଲେ । ଚିକିତ୍ସା ବିଜ୍ଞାନରେ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ 1997ରେ ସେ ନିଜର ଏକ ରିସର୍ଚ୍ଚ ଗ୍ରୁପ ଗଠନ କରିଥିଲେ । ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ପେରେଲମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନରେ ଗବେଷଣା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆରଏନ୍ଏ ଇନୋଭେସନ୍ସରେ ନିର୍ଦ୍ଦେଶକ ପଦରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.