ETV Bharat / bharat

ଲାଇଫ ଜ୍ୟାକେଟରୁ 1କୋଟିର ସୁନା ଜବତ

author img

By

Published : Mar 8, 2021, 10:37 PM IST

ଦିନକୁ ଦିନ ବଢିବାରେ ଲାଗିଛି ସୁନା ଚୋରା ଚାଲାଣ । ଲାଇଫ ଜ୍ୟାକେଟରୁ 1କୋଟିର ସୁନା ଜବତ । ଅଧିକ ପଢନ୍ତୁ....

2.3 kg gold biscuits found in life jacket at Shamshabad airport
ଲାଇଫ ଜ୍ୟାକେଟରୁ 1କୋଟିର ସୁନା ଜବତ

ହାଇଦ୍ରାବାଦ : ଦିନକୁ ଦିନ ବଢିବାରେ ଲାଗିଛି ସୁନା ଚୋରା ଚାଲଣ। ଲାଇଫ ଜ୍ୟାକେଟରୁ ଜବତ ହେଲା 2 କେଜି 3ଶହ ଗ୍ରାମ ସୁନା ବିସ୍କୁଟ । ଡିଆରଆଇ ଓ କଷ୍ଟମ ବିଭାଗ ଏହାକୁ ଜବତ କରିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ଏକ କୋଟି ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁସାରେ, ଜଣେ ଯାତ୍ରୀ ଦୁବାଇରୁ ବିମାନରେ ହାଇଦ୍ରାବାଦ ଆସୁଥିଲେ ।

ସମସଦାବାଦ ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ଅଧିକାରୀମାନେ ବିମାନ ଯାଞ୍ଚ କରିଥିଲେ। ଏକ ସିଟ୍ ତଳେ ଲାଇଫ୍ ଜ୍ୟାକେଟରେ 2 କିଲୋଗ୍ରାମ 300 ଗ୍ରାମ ସୁନା ବିସ୍କୁଟ ଜବତ ହୋଇଥିଲା ।

ସେହି ସିଟରେ ଥିବା ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସେହିପରି ଅନ୍ୟ ଏକ ଘଟଣାରେ କୁଏତରୁ ଜଣେ ଯାତ୍ରୀଙ୍କଠାରୁ 160 ଗ୍ରାମ ସୁନା ଜବତ କରାଯାଇଛି । ଏହି ଦୁଇଟି ଘଟଣାରେ ଜବତ ହୋଇଥିବା ସୁନା ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ ଆକଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.