ଭୋପାଲ: ଡାକ୍ତରଙ୍କ ଅବହେଳାରୁ ଚାଲିଗଲା 15 ନିରିହ ଜୀବନ । ଏପରି ଅଭିଯୋଗ ଆସିଛି ମଧ୍ୟପ୍ରଦେଶ ପଣ୍ଡାଭାପୁର ଏକ ଘରୋଇ କ୍ଲିନିକ ନାଁରେ । ଡାକ୍ତରଙ୍କ ଅବହେଳା କାରଣରୁ 15 ନିରିହ ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରାଯାଇଛି ।
ପଣ୍ଡାଭାପୁର ଡେପୁଟି ଡିଭିଜନାଲ ଅଫିସର ଶିବାନନ୍ଦ ମୁର୍ତ୍ତିଙ୍କ କହିବା ଅନୁଯାୟୀ ଏହି ଡାକ୍ତରଖାନାରେ କଳା ବଜାରୀ, ଡ୍ରଗ୍ ବିକ୍ରିକୁ ନେଇ ଡାକ୍ତରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ବର୍ତ୍ତମାନ ଡାକ୍ତରଙ୍କ ଅବହେଳାରୁ 15 ଜଣଙ୍କ ପ୍ରାଣହାନୀ ଘିଟିଛି । ଫଳରେ ଡାକ୍ତରଖାନାକୁ ସିଲ୍ କରାଯାଇଛି । ସେହିପରି ଡାକ୍ତର ଆସାରାନ୍ନା କୋରୋନା ରୋଗୀଙ୍କୁ 2 ହଜାର ଟଙ୍କାରେ ମେଡିସିନ୍ ଦେଉଥିଲେ । ଏଠାରୁ ମେଡିସିନ ଖାଉଥିବା 16 ଜଣଙ୍କ ଜୀବନ ଯାଇଛି । ଏନେଇ ଖବର ପାଇବା ପରେ ଆମେ ପଦକ୍ଷେପ ନେଇଛୁ ବୋଲି ଶିବାନନ୍ଦ ମୂର୍ତ୍ତି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ