ETV Bharat / bharat

ସରଜୁ ନଦୀରେ ବୁଡ଼ ପକାଇବା ବେଳେ ବୁଡିବା ଘଟଣା, 6 ମୃତ - ଅଯୋଧ୍ୟାର ଗୁପ୍ତାର ଘାଟ

ଅଯୋଧ୍ୟାର ଗୁପ୍ତାର ଘାଟରେ ବୁଡ ସମୟରେ ଗୋଟିଏ ପରିବାରର ବୁଡ଼ିଗଲେ 15 ସଦସ୍ୟ । ଏପର୍ଯ୍ୟନ୍ତ 6 ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରର ଅନ୍ୟ 3 ଜଣ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର 15 ସଦସ୍ୟ

author img

By

Published : Jul 10, 2021, 10:12 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରରେ ଲୋମଟାଙ୍କୁରା ଘଟଣା । ଅଯୋଧ୍ୟାର ଗୁପ୍ତାର ଘାଟରେ ସ୍ନାନ ସମୟରେ ଗୋଟିଏ ପରିବାରର 15 ଜଣ ସଦସ୍ୟ ବୁଡ଼ିଯାଇଛନ୍ତି । ସେମାନଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 6 ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟେ ଉଦ୍ଧାର 6 ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ପରିବାରର ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ, ତିନିଜଣ ମହିଳା ଏବଂ ଗୋଟିଏ ଚାରି ବର୍ଷର ବାଳିକା ଅଛନ୍ତି । ପୋଲିସ ଏବଂ ସ୍ଥାନୀୟ ବୁଡ଼ାଳିଙ୍କ ସହ‌ଯୋଗରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଗ୍ରାର ଏକ ପରିବାରର 15 ଜଣ ସଦସ୍ୟ ଅଯୋଧ୍ୟା ବୁଲିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ହାତ ଓ ଗୋଡ ଧୋଉଥିବା ବେଳେ ଅନ୍ୟମାନେ ନଦୀରେ ଗାଧୋଉଥିଲେ । ତେବେ ଗାଧୋଉଥିବା ସଦସ୍ୟ ହାଠାତ୍‌ ଜଳସ୍ରୋତ ପ୍ରଖର ହେବାରୁ ‌ସେମାନେ ବୁଡ଼ିଯିବା ବେଳେ ଅନ୍ୟମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଭାସିଯାଇଥିଲେ ।

ମୃତକଙ୍କ ମଧ୍ୟରେ ରାଜ କୁମାରୀ (60), ଲଲିତ (40), ସୀତା (35), ପଙ୍କଜ (25) ଶ୍ରୁତି (20) ଏବଂ ଦ୍ରିଷ୍ଟୀ (4) ଥିବା ଜଣାପଡିଛି। ଏବଂ ନିଖୋଜ ଥିବା ବ୍ୟକ୍ତିମାନେ ହେଉଛନ୍ତି ଜୁଲି (35), ପ୍ରିୟାଂଶି (16) ଏବଂ ସାର୍ଥକ (10) । ଅନ୍ୟପଟେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.