ETV Bharat / bharat

ମସଜିଦରେ ଦେଶ ବିରୋଧୀ ସ୍ଲୋଗାନ ଦେଇ ବନ୍ଧା ହେଲେ 13 - କାଶ୍ମୀର ପୋଲିସ

କାଶ୍ମୀରର ଜାମିଆ ମସଜିଦରେ ଦେଶ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ 13 । ଗତକାଲି ନମାଜ ପାଠ ବେଳେ ଘଟିଥିଲା ଏପରି ଘଟଣା । ଅଧିକ ପଢନ୍ତୁ

ମସଜିଦରେ ଦେଶ ବିରୋଧୀ ସ୍ଲୋଗାନ ମାମଲା, ବନ୍ଧା ହେଲେ 13 ଅଭିଯୁକ୍ତ

author img

By

Published : Apr 9, 2022, 4:29 PM IST

ଶ୍ରୀନଗର: କାଶ୍ମୀରର ଜାମିଆ ମସଜିଦରେ ଭାରତ ବିରୋଧୀ ତଥା ହିଂସା ସୃଷ୍ଟିକାରୀ ଉତ୍ତେଜକ ସ୍ଲୋଗାନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀନଗର ପୋଲିସ । ଘଟଣାରେ ସମ୍ପୃକ୍ତ ମୋଟ 13 ଜଣଙ୍କୁ ଆଜି ଗିରଫ କରାଯାଇଛି । ଶୁକ୍ରବାର (April 9) ସଂନ୍ଧ୍ୟାରେ ନମାଜ ପାଠ ବେଳେ ଏପରି କିଛି ଘଟଣା ସାମ୍ନାକୁ ଆସିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

  • J&K | Srinagar police released images of the 13 accused arrested till now in a case related to hooliganism and sloganeering in and around Jamia Masjid premises yesterday. pic.twitter.com/00fUzuzTtY

    — ANI (@ANI) April 9, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନମାଜ ପାଠରେ ପ୍ରାୟ 20 ହଜାର ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 10ରୁ 12ଜଣ ଯୁବକ ଭାରତ ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଓ ପରେ ଆଉ କିଛି ଯୁବକ ଏଥିରେ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ଦେଶ ବିରୋଧୀ ସ୍ଲଗାନ ପରେ ମସଜିଦ ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀ ଓ ସ୍ଲୋଗାନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସ୍ବେଚ୍ଛାସେବୀମାନେ ସେମାନଙ୍କୁ ବାରଣ କରିବା ସହ ରୋକିବା ପାଇଁ ଚେଷ୍ଟା କରିବା ବେଳେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।

  • Thirteen(13) accused arrested till now in case related to hooliganism and sloganeering in and around Jamia Masjid premises yesterday. pic.twitter.com/5bO7HIZ63R

    — Srinagar Police (@SrinagarPolice) April 9, 2022 " class="align-text-top noRightClick twitterSection" data=" ">

ପରେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯିବାରୁ ପୋଲିସ ପହଞ୍ଚିଥିଲା। ଭିଡ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦେଶ ବିରୋଧୀ ନାରା ପାଇଁ ଭାରତୀୟ ଦଣ୍ଡ ସଂହିତା(IPC)ର ଧାରା 124-A ଏବଂ 447 ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମୋଟ 13 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଶ୍ରୀନଗର ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.