ETV Bharat / bharat

ୱାର୍ଡେନ ଉପରେ ଆକ୍ରମଣ କରି ବାଳ ସୁଧାର ଗୃହରୁ ୧୨ ନାବାଳକ ଫେରାର

author img

By

Published : Apr 10, 2023, 10:57 PM IST

ତାମିଲନାଡୁରେ ବାଳ ସୁଧାର ଗୃହରୁ ୱାର୍ଡେନ ଉପରେ ଆକ୍ରମଣ କରି ଫେରାର ୧୨ ନାବାଳକ । ୨ ଜଣଙ୍କୁ ଧରିଲା ପୋଲିସ । ଅଧିକ ପଢନ୍ତୁ

Juvenile prison attacks prison warden
Juvenile prison attacks prison warden

ଚେନ୍ନାଇ: ତାମିଲନାଡୁ ତିରୁନେଲବେଲି ଜିଲ୍ଲାରେ ଏକ ସରକାରୀ ବାଳ ସୁଧାର ଗୃହରୁ ଫେରାର ହୋଇଗଲେ ୧୨ ନାବାଳକ । ଏମାନେ ୱାର୍ଡେନ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ଏହି ୨ ଜଣଙ୍କୁ ଥୁଥୁକୁଡି ଜିଲ୍ଲାର ଶ୍ରୀବୈକୁଣ୍ଡମ ଅଞ୍ଚଳରୁ କାବୁ କରିଛି ପୋଲିସ । ଅନ୍ୟପଟେ ଫେରାର ଥିବା ବାକି ୧୦ ଜଣଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପଲାୟମକୋଟ୍ଟଇ ବାଳ ସୁଧାର ଗୃହରୁ ବିଭିନ୍ନ ମାମଲାରେ ନିୟମର ଉଲ୍ଲଘଂନ କରି ଏଠାରେ ନାବାଳକ ଅଭିଯୁକ୍ତଙ୍କୁ ରଖାଯାଇଥିଲା । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ନାବାଳକମାନେ ୱାର୍ଡେନ ଉପରେ ମିଳିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ଉକ୍ତ ଗୃହରୁ ଚମ୍ପଟ ମାରିଥିଲେ । ଏହି ନାବାଳକମାନେ ଥିରୁନେଲବଲ୍ଲି, କନ୍ୟାକୁମାରୀ ଓ ଥୁଥୁକୁଡି ଅଞ୍ଚଳର ଥିଲେ । ନାବାଳକମାନେ ଗୃହରୁ ଚମ୍ପଟ ମାରିବା ପରେ ୱାର୍ଡେନ ଜଣକ ସଙ୍ଗେ ସଙ୍ଗେ ପେରୁମଲପୁରମ ପୋଲିସ ଷ୍ଟେସନରେ ଖବର ଦେଇଥିଲେ ।

ଏହା ବି ପଢନ୍ତୁ- Karnataka Assembly Poll: ବୁଧବାର ପ୍ରାର୍ଥୀ ଘୋଷଣା: ମୁଖ୍ୟମନ୍ତ୍ରୀ

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ଫେରାର ହୋଇଥିବା ନାବାଳକଙ୍କୁ କାବୁ କରିବା ଲାଗି ପୋଲିସ ପ୍ରୟାସ ଆରମ୍ଭ କରିଥିଲା । ବିଶେଷ କରି ଥିରୁନେଲେଲି ବସଷ୍ଟାଣ୍ଡ, ପଲାୟମକୋଟ୍ଟାଇ ବସଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ନାବାଳକଙ୍କୁ ଫେରାର ବେଳେ ଠାବ କରିବା ଲାଗି ଆଖପାଖର ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଥିଲା ପୋଲିସ । ସେପଟେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଜାତୀୟ ବାଲ ଅଧିକାର ସଂରକ୍ଷଣ ଆୟୋଗର ସଦସ୍ୟ ଆରଜି ଆନନ୍ଦ, ତିରୁନେବଲ୍ଲି ଜିଲ୍ଲାପାଳା କେପି କାର୍ତ୍ତିକେୟନ ଓ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀ ଉକ୍ତ ବାଳ ସୁଧାର ଗୃହରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ଅତୀତ ନିକଟରେ ତାମିଲନାଡୁର ବାଳ ସୁଧାର ଗୃହରୁ ନାବାଳକ ଫେରାର ହୋଇଯାଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଗତ ମାର୍ଚ୍ଚ ୨୨ ତାରିଖରେ କୁଡ୍ଡାଲୋର ଜିଲ୍ଲାର କୋଣ୍ଡୁର ସ୍ଥିତ ସରକାରୀ ବାଳ ସୁଧାର ଗୃହରୁ ୬ଜଣ ନାବାଳକ ଫେରାର ହୋଇଯାଇଥିଲେ । ପୋଲିସ କମ୍ମିୟାନପିଟ୍ଟଇ ବାଇପାସ ରୋଡ ନିକଟରେ ଏମାନଙ୍କ ମଧ୍ୟରୁ ୨ଜଣଙ୍କ ନିକଟରେ ପହଞ୍ଚିଥିଲା । ସେହିପରି ଫେବୃଆରୀ ୮ ତାରିଖରେ ମଧ୍ୟ ୨ଜଣ ନାବାଳକ ଚେନ୍ନାଇ ସ୍ଥିତ ସରକାରୀ ବାଳ ସୁଧାର ଗୃହରୁ ଫେରାର ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.