ଗାନ୍ଧୀନଗର: ସମସ୍ତଙ୍କୁ ସ୍ତବ୍ଧ କରିଛି ଗୁଜୁରାଟ ମୋର୍ବି ଝୁଲା ପୋଲ ଦୁର୍ଘଟଣା । ସମୟ ଗଡୁଛି ମୃତକଙ୍କ ସଂଖ୍ୟା ବଢୁଛି । ଏବେ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ବିଜେପି ସାଂସଦଙ୍କ ସମ୍ପର୍କୀୟ ଥିବା ଜଣାପଡିଛି । ଏହି ହୃଦୟବିଦାରକ ଦୁର୍ଘଟଣାରେ ରାଜକୋଟ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆଙ୍କ ୧୨ ଜଣ ସମ୍ପର୍କୀୟଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ଜଣ ପିଲା ଥିବା ଜଣାପଡିଛି ।
-
12 members of BJP MP's family dead in Morbi bridge collapse
— ANI Digital (@ani_digital) October 31, 2022 " class="align-text-top noRightClick twitterSection" data="
Read @ANI Story| https://t.co/r90m10u760#MorbiBridgeCollapse #Morbi #BridgeCollapse #BJP #Gujarat pic.twitter.com/2QcVbGeAR1
">12 members of BJP MP's family dead in Morbi bridge collapse
— ANI Digital (@ani_digital) October 31, 2022
Read @ANI Story| https://t.co/r90m10u760#MorbiBridgeCollapse #Morbi #BridgeCollapse #BJP #Gujarat pic.twitter.com/2QcVbGeAR112 members of BJP MP's family dead in Morbi bridge collapse
— ANI Digital (@ani_digital) October 31, 2022
Read @ANI Story| https://t.co/r90m10u760#MorbiBridgeCollapse #Morbi #BridgeCollapse #BJP #Gujarat pic.twitter.com/2QcVbGeAR1
ସାଂସଦଙ୍କ ମୋହନ ଭାଇ କୁନ୍ଦରିଆଙ୍କ କହିବା ମୁତାବକ, ''ଏହି ଦୁର୍ଘଟଣାରେ ତାଙ୍କ ଭିଣୋଇଙ୍କ ଭାଇଙ୍କ ୪ ଝିଅ, ୩ ଜ୍ବାଇଁ ଓ ୫ ଜଣ ପିଲାଙ୍କୁ ହରାଇଛନ୍ତି । ଏହା ବେଶ୍ ଯନ୍ତ୍ରଣାଦାୟକ ବୋଲି ସାଂସଦ କହିଛନ୍ତି । ଆବଶ୍ୟକଠୁ ପୋଲରେ ଅଧିକ ଲୋକ ଯିବାରୁ ଏହି ଅଘଟଣ ଘଟିଛି । ଏହି ଅଘଟଣରେ ମୁଁ ମର୍ମାହତ ।''
ଏହା ମଧ୍ୟ ପଢନ୍ତୁ: Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 134କୁ ବୃଦ୍ଧି
ଝୁଲା ପୋଲଟିର ମରାମତି ହେବାର ମାତ୍ର ୪ରୁ ୫ ଦିନ ଭିତରେ ଖୋଲିବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏହାକୁ ନେଇ ପ୍ରଶାସନ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ବ୍ରିଜର ଫିଟ୍ନେସ୍ ସାର୍ଟିଫିକେଟ୍ ମଧ୍ୟ ନଥିବା ଜଣାପଡିଛି । କମ୍ପାନୀ ନାଁରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଏକ ଘରୋଇ କମ୍ପାନୀ ଓରେବା ଦ୍ୱାରା ନିର୍ମିତ ଏହି ପୋଲକୁ ଫିଟ୍ନେସ ସାର୍ଟିଫିକେଟ୍ ମିଳିନଥିଲା । ୭ ମାସ ଧରି ପୋଲର ମରାମତି ଚାଲିଥିଲା । ହେଲେ ଛଟ୍ ପୂଜା ପାଇଁ ଗତ ୪ ଦିନ ତଳେ ତରବରିଆ ଭାବେ ପୋଲଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା । ଆବଶ୍ୟକଠୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ । ନା ପ୍ରଶାସନର କଟକଣା ଥିଲା ନା କେହି କିଛି କହୁଥିଲେ ।
-
#MorbiTragedy | FIR filed by Morbi B Division Police Insp Prakashbhai Dekavadiya against maintenance & mgmt agencies of the bridge, u/s 304 (culpable homicide not amounting to murder), 308 (attempt to commit culpable homicide) & 114 (abettor present when offence is committed) IPC
— ANI (@ANI) October 31, 2022 " class="align-text-top noRightClick twitterSection" data="
">#MorbiTragedy | FIR filed by Morbi B Division Police Insp Prakashbhai Dekavadiya against maintenance & mgmt agencies of the bridge, u/s 304 (culpable homicide not amounting to murder), 308 (attempt to commit culpable homicide) & 114 (abettor present when offence is committed) IPC
— ANI (@ANI) October 31, 2022#MorbiTragedy | FIR filed by Morbi B Division Police Insp Prakashbhai Dekavadiya against maintenance & mgmt agencies of the bridge, u/s 304 (culpable homicide not amounting to murder), 308 (attempt to commit culpable homicide) & 114 (abettor present when offence is committed) IPC
— ANI (@ANI) October 31, 2022
ଦୁର୍ଘଟଣାରେ ଏବେ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଛି । ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ଅନେକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଭଳି ଛାତି ଥରା ଦୁର୍ଘଟଣା କେହି କେବେ ଦେଖିନଥିଲେ । ସେଠି ଥିବା ଜଣେ ଚା' ଦୋକାନୀ କହିଛନ୍ତି ମୁଁ ଏପରି ଦୁର୍ଘଟଣା କେବେ ଦେଖିନାହିଁ । ଶଦ୍ଦରେ ଏହାକୁ ବର୍ଣ୍ଣନା କରି ହେବ ନାହିଁ । ଜଣେ ୮ମାସର ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ସମାନ୍ୟ ସଚେତନତା ଅଭାବ ଓ ଅବହେଳା ପାଇଁ ନିମିଷକରେ ସବୁ କିଛି ଛାରଖାର ହୋଇଛି । ଲିଭି ଯାଇଛି ଶହ ଶହ ଜୀବନ ଦୀପ ।