ETV Bharat / bharat

ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ

ବାସ୍ତବରେ ଭାଇ ଉଭଣୀଙ୍କ ମଧ୍ୟରେ ଅନାବିଳ ଭଲ ପାଇବା ରହିଥାଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସିକନ୍ଦରାବାଦରେ । ଭାଇକୁ ବଞ୍ଚାଇବାକୁ ଯାଇ ୧୧ ବର୍ଷୀୟ ଭଉଣୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 30, 2023, 1:08 PM IST

Secunderabad 11year old girl died
Secunderabad 11year old girl died

ହାଇଦ୍ରାବାଦ: ପ୍ରତିଦିନ ପରି ୨ଦିନ ପୂର୍ବ ମଧ୍ୟ କ୍ଷୀର ଆଣିବାକୁ ଭାଇଭଉଣୀ ଦୋକାନକୁ ଯାଇଥିଲେ । ହେଲେ ହଠାତ ମାଡି ଆସିଲା ବର୍ଷା । ରାସ୍ତା ଘାଟ ପୁରା ଜାମ ହୋଇଗଲା । ତେବେ ଭଇଭଉଣୀ ଦୁହେଁ ଘରକୁ ଫେରୁଥିବା ବେଳେ ରାସ୍ତାଘାଟ ଆଉ ଦେଖାଯାଇନଥିଲା । ଫଳରେ ଡ୍ରେନରେ ପଡିଯାଇଥିଲା ଭାଇ । ଭାଇକୁ ବିପଦ ମୁହଁରୁ ବଞ୍ଚାଇବା ପାଇଁ ଭଉଣୀଜଣକ ପ୍ରୟାସ କରିଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଭାଇ ଉଦ୍ଧାର ହୋଇଯାଇଥିଲେ ଭଉଣୀ ଆଉ ବାହାରକୁ ବାହାରି ପାରିନଥିଲା । ଫଳରେ ଭାଇକୁ ବଞ୍ଚାଇବାକୁ ଯାଇ ଗଲା ଭଉଣୀର ଜୀବନ । ଏଭଳି ଦୁଃଖଦାୟକ ଘଟଣା ହାଇଦ୍ରାବାଦ ସିକନ୍ଦରାବାଦର କଲାସବସ୍ତିରୁ ସାମ୍ନାକୁ ଆସିଛି । ମୃତକ ହେଲେ ୧୧ବର୍ଷୀୟ ନାବାଳିକା ମୌନିକା ।

ସୂଚନାଅନୁସାରେ, ଶ୍ରୀନିବାସ ଏବଂ ରେଣୁକାଙ୍କ ଝିଅ ମୌନିକା ତାଙ୍କ ସାନଭାଇ କାର୍ତ୍ତିକଙ୍କ ସହ କ୍ଷୀର ପ୍ୟାକେଟ୍ କିଣିବାକୁ ଯାଇଥିଲେ । ବର୍ଷା ହେବାରୁ ରାସ୍ତାରେ ପାଣି ଜାମ ହୋଇଥିଲା । ଡ୍ରେନ ଉପରେ କଣା ହୋଇଯାଇଥିବାରୁ ଡ୍ରେନରେ ଖସି ପଡିଥିଲା କାର୍ତ୍ତିକ । କଥାରେ ଅଛି ଭାଇ ଭଉଣୀର ସମ୍ପର୍କ ଅଲଗା । କାର୍ତ୍ତିକକୁ ବାହାର ଆଣିବାରେ ମୌନିକା ସଫଳ ହୋଇଥିଲା । ହେଲେ ସେ ନିଜେ ଫସିଯାଇଥିଲା । ଏହାପରେ କାର୍ତ୍ତିକ ଯାଇ ଘରେ କହିବା ପରେ ମାଆବାପା ଆସି ଖୋଜାଖୋଜି କରିଥିଲେ । ହେଲେ କୌଣସି ସନ୍ଧାନ ପାଇନଥିଲେ । ଫଳରେ ଖବର ଦେବା ପରେ ଡିଆରଅଫ ଟିମ ଖୋଜାଖୋଜି କରିଥିଲେ । ପଡିଯାଇଥିବା ଡ୍ରେନର ୫୦୦ ମିଟର ଦୂରରେ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ GHMC କର୍ମଚାରୀଙ୍କ ଅବହେଳା ଯୋଗୁଁ ଏତେବଡ ଦୁର୍ଘଟଣା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ନିଲମ୍ବିତ ହେଲେ ଦୁଇ ଅଧିକାରୀ: GHMC ମେୟର ଗଡୱାଲ ବିଜୟଲକ୍ଷ୍ମୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ମ୍ୟୁନିସିପାଲିଟି ଅଧିକାରୀମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ହାଇଦ୍ରାବାଦ ମହାନଗର ନିଗମ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଏହାସହ ମୌନିକାଙ୍କ ପରିବାର ସହ ଆଲୋଚନା କରି ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି । ଏମ ତିରୁମାଲୋୟା ଏବଂ ୱାର୍କ ଇନ୍ସପେକ୍ଟର ହରିକୃଷ୍ଣଙ୍କୁ ନିଲମ୍ବିତ କରାଯାଇଥିବା ନେଇ GHMC ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । 10 ଦିନ ମଧ୍ୟରେ ସମଗ୍ର ଘଟଣାର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ EEକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.