ETV Bharat / bharat

ବିଦେଶରୁ ଫେରାଇ ଅଣାଯାଇଥିବା ପ୍ରାଚୀନ ମୂର୍ତ୍ତିକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର - ଅଷ୍ଟ୍ରେଲିଆ ଫେରାଇ ଅଣାଯାଇଥିବା ପ୍ରାଚୀନ ମୂର୍ତ୍ତିକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର

ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ବାରପାଳ, ନଟରାଜ, କଙ୍କଲମୂର୍ତ୍ତି କାଦୟମ, ନନ୍ଦୀକେଶ୍ବର କାଦାୟମ, ଚତୁର୍ଭୂଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁ ସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତି ଏବଂ ଶିଶୁ ସମ୍ବନ୍ଦରଙ୍କ ମୂର୍ତ୍ତି ଆଦି । ୨୦୧୪ ପରଠାରୁ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି ଫେରାଇ ଆଣିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ରେଡ୍ଡୀ ପ୍ରଶଂସା କରିଥିଲେ । ଅଧିକ ପଢନ୍ତୁ

ବିଦେଶରୁ ଫେରାଇ ଅଣାଯାଇଥିବା ପ୍ରାଚୀନ ମୂର୍ତ୍ତିକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର

author img

By

Published : Jun 3, 2022, 6:45 AM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ବୁଧବାର ନୂଆଦିଲ୍ଲୀ ଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଠାରେ ଆୟୋଜିତ ପ୍ରତିମୂର୍ତ୍ତି ହସ୍ତାନ୍ତର ସମାରୋହରେ ଯୋଗ ଦେଇ ତାମିଲନାଡ଼ୁ ସରକାରଙ୍କୁ ପ୍ରତିମୂର୍ତ୍ତି ଗୁଡିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଥିଲେ ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ବିଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶର ପ୍ରାଚୀନ ସଭ୍ୟତାର ସଂରକ୍ଷଣ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଏବଂ ବିଶ୍ବରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଓ ପରମ୍ପରା ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୂଗୋଳ ସହିତ ଇତିହାସର ସମ୍ପର୍କ ରହିଛି । ଏକ ନିରନ୍ତର ସଭ୍ୟତା ଭାବେ, ଭାରତର ଐତିହ୍ୟ ଦେଶର ମନ୍ଦିର ଓ ଐତିହାସିକ ସ୍ଥାନ ସହ ଜଡିତ ହୋଇ ରହିଛି । ଆମ ଭଗବାନଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବା ଆମ ଐତିହ୍ୟର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଏକ ପ୍ରୟାସ ।

ସେ ଆହୁରି କହିଥିଲେ ଯେ, ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା କାରଣରୁ ଏସବୁ ଦେଶରେ ଚୋରି ହୋଇଥିବା ପ୍ରାଚୀନ ସାମଗ୍ରୀକୁ ଠାବ କରାଯିବା ସହିତ ସେଗୁଡିକୁ ଦେଶକୁ ଫେରାଇ ଆଣିବାରେ ସହଯୋଗ ମିଳିପାରିଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ସବୁ ଶ୍ରେୟ ପାଇବାର ହକଦାର । ସେ କେବଳ ଏସବୁ ବିରଳ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରୟାସ କରିନାହାନ୍ତି, ନିଜର ବିଦେଶ ଗସ୍ତ ସମୟରେ ଏସବୁକୁ ଦେଶକୁ ସାଥୀରେ ନେଇ ଆସିଛନ୍ତି ।

ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ବାରପାଳ, ନଟରାଜ, କଙ୍କଲମୂର୍ତ୍ତି କାଦୟମ, ନନ୍ଦୀକେଶ୍ବର କାଦାୟମ, ଚତୁର୍ଭୂଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁ ସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତି ଏବଂ ଶିଶୁ ସମ୍ବନ୍ଦରଙ୍କ ମୂର୍ତ୍ତି ଆଦି । ୨୦୧୪ ପରଠାରୁ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି ଫେରାଇ ଆଣିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ରେଡ୍ଡୀ ପ୍ରଶଂସା କରିଥିଲେ । ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଏକକାଳୀନ ୧୫୭ ଟି ପ୍ରାଚୀନ ମୂର୍ତ୍ତିକୁ ଭାରତ ଫେରାଇ ଅଣାଯାଇଛି । ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି । ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ଯ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ, ସଂସ୍କୃତି ମନ୍ତ୍ରଣାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.