ETV Bharat / snippets

ପୁଣି ଅଲୋଡ଼ା ଶିଶୁକନ୍ୟା, ଜନ୍ମ ଦେଇ ଫେରାର ହେଉଛନ୍ତି ଅବିବାହିତ ମାଆ

author img

By ETV Bharat Odisha Team

Published : Jun 26, 2024, 7:51 AM IST

Two Newborn Girl Child Abandoned
Two Newborn Girl Child Abandoned (ETV Bharat Odisha)

ବଲାଙ୍ଗୀର: ପୁଣି ଅଲୋଡ଼ା ହୋଇଛନ୍ତି ଶିଶୁକନ୍ୟା । ବଲାଙ୍ଗୀରରୁ ଦୁଇ ଦୁଇଟି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଅବିବାହିତ ଜନ୍ମଦାତ୍ରୀ ମା' ନିଜେ ତାଙ୍କ ନବଜାତ ଶିଶୁକନ୍ୟାଙ୍କୁ ଛାଡ଼ି ଚାଲିଯାଇଛନ୍ତି । ସୂଚନା ଅନୁସାରେ ଗତ 24 ତାରିଖରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ପ୍ରସୂତି ବିଭାଗରେ ଜଣେ ଅବିବାହିତା ପ୍ରସୂତି ପାଇଁ ଭର୍ତ୍ତି ହୋଇଥିଲେ । ସେ ଗୋଟିଏ ଶିଶୁକନ୍ୟା ଜନ୍ମ ଦେଇଥିବାବେଳେ ତାକୁ ସେଠାରେ ଛାଡ଼ି ଫେରାର ହୋଇଥିଲେ । ସେହିପରି ଆଉ ଜଣେ ଅବିବାହିତା ମା' ତାଙ୍କର ଦୁଇ ମାସର ଶିଶୁକନ୍ୟାଙ୍କୁ ମଧ୍ୟ ସମାନ ଆକାରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରାଙ୍କ ପାଖରେ ଆସି ଛାଡ଼ିଥିବା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ତେବେ ଉଭୟ ନବଜାତଙ୍କ ଥଇଥାନ ଓ ଯତ୍ନ ପାଇଁ ଯଥା ସମ୍ଭବ ପଦକ୍ଷେପ ନିଆ ଯାଉଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.