ETV Bharat / snippets

ବିଷାକ୍ତ ନଦୀଜଳ, ଭାସୁଛନ୍ତି କୁଢ କୁଢ ମଲା ମାଛ

author img

By ETV Bharat Odisha Team

Published : Jun 26, 2024, 7:36 AM IST

Rajua river water polluted
Rajua river water polluted (ETV Bharat Odisha)

ନିମାପଡା: ବିଷାକ୍ତ ହେଲାଣି ନଦୀ ଜଳ । ଭାସୁଛନ୍ତି ମଲାମାଛ । ପୁରୀ କଣାସ ବ୍ଲକ ଦେଇ ପ୍ରବାହିତ ହୋଇଥିବା ରାଜୁଆ ନଦୀ ଜଳ ବିଷାକ୍ତ ହେବା ଯୋଗୁଁ କୁଢ଼ କୁଢ଼ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ଓ କଟକର ଡ୍ରେନରୁ ଆସୁଥିବା ଅଳିଆ ଆବର୍ଜନା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶିବା ଫଳରେ ତାର ଶାଖାନଦୀ ରାଜୁଆ, ମଲାଗୁଣୀ, ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି । କଣାସ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ଲୋକମାନେ ଏହି ସବୁ ନଦୀ ଉପରେ ନିର୍ଭର କରି ଚଳୁଥିବାବେଳେ ନଦୀର ବିଷାକ୍ତ ଜଳ ପାଇଁ ମାଛ ସହିତ ଅନେକ ଜଳଚର ପ୍ରାଣୀ ମରି ଭାସୁଛନ୍ତି । ସେପଟେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଦାବି କରିଛନ୍ତି ସ୍ଥାନୀୟଲୋକେ ।
ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.