ETV Bharat / snippets

ପାଣି ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ, ସମାଧାନ ପାଇଁ ଯାଇଥିବା ଜେଇଙ୍କୁ ଆକ୍ରମଣ

author img

By ETV Bharat Odisha Team

Published : Jun 24, 2024, 12:09 PM IST

Balangir water problem
Balangir water problem (ETV Bharat Odisha)

ବଲାଙ୍ଗୀର: ପାଣି ପାଇଁ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ । ସମାଧାନ ପାଇଁ ଯାଇଥିବା ଜେଇଙ୍କୁ ଆକ୍ରମଣ । ବଲାଙ୍ଗୀର ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଗାଁ ଶୁକତେଲ ନଦୀକୂଳରେ ଥିବା ସତ୍ତ୍ବେ ଦୀର୍ଘ ସାତ ଦିନ ହେବ ଗ୍ରାମବାସୀମାନେ ପିଇବା ପାଣି ପାଇପାରୁ ନାହାଁନ୍ତି । ଏନେଇ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଶତାଧିକ ମହିଳା ଓ ଲୋକେ ରାସ୍ତାରେ ମାଠିଆ ଗରିଆ ରଖି ରାସ୍ତା ଅବରୋଧ କରିଥିଲେ । ସେମାନଙ୍କ ସହ ଆଲୋଚନା କରିବା ପାଇଁ ଯାଇଥିବା ବେଳେ RWSSର କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତଙ୍କୁ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ । ଜେଇଙ୍କୁ ପୋଲିସ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୀର୍ଘ ସମୟର ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଲୋକେ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.