ETV Bharat / snippets

ବଜ୍ରପାତ ନେଲା ଜୀବନ; ଏକାଠି ଜଳିଲା ମାଆ-ପୁଅଙ୍କ ଜୁଇ

author img

By ETV Bharat Odisha Team

Published : Jun 27, 2024, 8:20 AM IST

lightning in Khaprakhol Balangir
lightning in Khaprakhol Balangir (ETV Bharat Odisha)

ବଲାଙ୍ଗୀର: ବଜ୍ରପାତ ନେଲା ଜୀବନ । ଅକାଳରେ ଚାଲିଗଲା ମାଆ ପୁଅଙ୍କ ଜୀବନ । ବୁଧବାର ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚାଉଳ ବାଞ୍ଜୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଦ୍ବୟ ହେଉଛନ୍ତି ଚାଉଳବାଞ୍ଜୀ ଗାଁର ଚୂଡ଼ାମଣି ଖର୍ସେଲ ତାଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ଖର୍ସେଲ ଓ ପୁଅ ଦୀପକ ଖର୍ସେଲ । ବିଳରେ ଚାଷକାମ ବେଳେ ଅପରାହ୍ନରେ ଘଡଘଡି ସହ ବର୍ଷା ହେବାରୁ ସେମାନେ ବିଲ ପାଖରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସେହିପରି ତାଙ୍କ ସହ ଥିବା ଦିଅର ମଧ୍ୟ ଏଥିରେ ଗୁରୁତର ହୋଇଛନ୍ତି । ଖପ୍ରାଖୋଲ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣା ସ୍ଥଳ ଯାଇ ସମସ୍ତଙ୍କୁ ଉଦ୍ଧାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.