ETV Bharat / snippets

ନୂଆପଡାରେ ଛେଳି ମଡକ: ଗୋଟିଏ ଦିନରେ ୧୪ ଛେଳି ମୃତ, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Jun 23, 2024, 7:25 AM IST

NUAPADA GOAT DIED
NUAPADA GOAT DIED (ETV Bharat Odisha)

ନୂଆପଡା: ଜିଲ୍ଲାରେ ଛେଳି ମଡକ । ଖଡ଼ିଆଳ ବ୍ଲକ ମୋହରା ଗାଁରେ ଏକକାଳୀନ ୧୪ଛେଳି ଓ ଗୋଟିଏ ବଳଦ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପଶୁପାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମୋହରା ଗାଁର ଛେଳିଚାଷୀ ପୁରୁଷୋତ୍ତମ ଋଣ କରି ଛେଳି ଚାଷ କରିଥିଲ । ଗତକାଲି (ଶନିବାର) ଛେଳିଗୁଡିକ ନିକଟସ୍ଥ ପଡିଆରେ ଚରାବୁଲା କରୁଥିଲେ । ଘରକୁ ଫେରିବା ପରେ ଗୋଟିଏ ପରେ ଗୋଟିଏ ଛେଳିଙ୍କର ମୃତ୍ୟୁ ଘଟିଥିଲା । ପୁରୁଷୋତ୍ତମ ୨୯ଟି ଛେଳି ରଖିଥିବା ବେଳେ ୧୪ଟି ଛେଳିର ମୃତ୍ୟୁ ହୋଇଛି । ଏନେଇ ଚାଷୀ ଖଡ଼ିଆଳ ଥାନା ଓ ଜିଲ୍ଲା ପ୍ରାଣୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ନେତୃତରେ ଏକ ସ୍ୱତନ୍ତ୍ର ଟିମ ମୋହରା ଗାଁକୁ ଯାଇ ତଦନ୍ତ କରିଛି । ଛେଳି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.