ETV Bharat / snippets

ରେଳ କର୍ମଚାରୀଙ୍କୁ ଅପହରଣ କରି ନିର୍ଯାତନା, ପେ-ଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

author img

By ETV Bharat Odisha Team

Published : Jun 26, 2024, 8:16 AM IST

ଲୋକୋ-ପାଇଲଟଙ୍କୁ ଅପହରଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା
ଲୋକୋ-ପାଇଲଟଙ୍କୁ ଅପହରଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା (ETV Bharat Odisha)

ରାଉରକେଲା: ରେଳବାଇ କର୍ମଚାରୀଙ୍କୁ ଘର ନିକଟରୁ ଉଠାଇ ନେଇ ନିର୍ଜନ ସ୍ଥାନରେ ନିର୍ଯାତନା ଦେବା ସହ ବଳପୂର୍ବକ ଅନଲାଇନ ଟ୍ରାନଜାକ୍ସନ ମାଧ୍ୟମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ଏପରି ଏକ ଅଭିଯୋଗ ରାଉରକେଲାର ଛେଣ୍ଡ କଲୋନୀରୁ ଆସିଛି । ଅପହରଣର ଶିକାର ହୋଇଥିବା ରେଳ କର୍ମଚାରୀ ହେଉଛନ୍ତି ଲୋକୋ ପାଇଲଟ ଭାବେ କାମ କରୁଥିବା ନିହାର ସରକାର । ଗତକାଲି ନିହାର ତାଙ୍କ ଘର ନିକଟରେ ଥିବା ବେଳେ ତିନିଜଣ ଯୁବକ ଏକ ଚାରିଚକିଆ ଗାଡିରେ ଆସି ତାଙ୍କୁ ଅପହରଣ କରିନେଇ ଯାଇଥିଲେ । 10 କିମି ଦୂରରେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ପ୍ରବଳ ମାଡ ମାରି ପେ-ଟିଏମ ପିନ ମାଧ୍ୟମରେ 1ଲକ୍ଷ 70 ହଜାର ଟ୍ରାନଜାକ୍ସନ ମାଧ୍ୟମରେ ଟଙ୍କା ଲୁଟି ନେଇଥିଲେ । ତାଙ୍କୁ ରାସ୍ତାକଡରେ ଫିଙ୍ଗି ଦେଇ ଅଭିଯୁକ୍ତମାନେ ଫେରାର ମାରିଥିବା ସେ ପୋଲିସରେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.