RI In Vigilance Net: ଭୁବନେଶ୍ବର: ଭିଜିଲାନ୍ସ ହାତରେ ଲାଞ୍ଚୁଆ ଅଧିକାରୀ । ଜମିପଟ୍ଟା ମ୍ୟୁଟେସନ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଆରକ୍ଷୀ ଅଧୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । କନ୍ଧମାଳ ଜିଲ୍ଲା କୋଟଗଡ ତହସିଲର RI ଦିଲ୍ଲୀପ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଦିଲ୍ଲୀପଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି । ଏହାସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଟିମ୍ । କନ୍ଧମାଳ ସ୍ଥିତ ଅଫିସ ଓ ଘର ସମେତ ପୈତୃକ ବାସ ଭବନରେ ମଧ୍ୟ ରେଡ୍ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ନେଇ ଯାଞ୍ଚ ଚାଲିଛି । ନୂଆ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ ରେଡ ସମୟରେ ଭିଡିଓଗ୍ରାଫୀ ମଧ୍ୟ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର