ETV Bharat / snippets

ଭୁବନେଶ୍ଵରରେ ଦୁଇଟି ଫୁଟ ଓଭରବ୍ରିଜ୍‌ ନିର୍ମାଣକୁ ମଞ୍ଜୁରୀ

author img

By ETV Bharat Odisha Team

Published : Jun 25, 2024, 7:57 AM IST

ଭୁବନେଶ୍ଵରରେ ଦୁଇଟି ଫୁଟଓଭର ବ୍ରିଜ୍‌ ନିର୍ମାଣକୁ ମଞ୍ଜୁରୀ
ଭୁବନେଶ୍ଵରରେ ଦୁଇଟି ଫୁଟଓଭର ବ୍ରିଜ୍‌ ନିର୍ମାଣକୁ ମଞ୍ଜୁରୀ (ETV Bharat Odisha)

ଭୁବନେଶ୍ଵର: ରାଜଧାନୀରେ ଜାତୀୟ ରାଜପଥ-16ରେ ନିର୍ମାଣ ହେବ ଦୁଇଟି ଫୁଟ ଓଭରବ୍ରିଜ୍‌ । ଦୀର୍ଘ ଦିନ ହେବ ହୋଇଆସୁଥିବା ଏହି ଦାବିକୁ ଜାତୀୟ ରାଜମାର୍ଗ ପ୍ରାଧୀକରଣ (ଏନଏଚଏଆଇ) ଅନୁମୋଦନ ଦେଇଛି । ବରମୁଣ୍ଡା ରାଜଧାନୀ କଲେଜ ନିକଟରେ ଗୋଟିଏ ଏବଂ ଅନ୍ୟଟି ପଳାଶୁଣୀ ନିକଟରେ ନିର୍ମାଣ ହେବ । ଉଭୟ ପ୍ରକଳ୍ପ ପାଇଁ 5 କୋଟି ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ଏହି ଦୁଇଟି ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ‘ଏନଏଚଆଇ’କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ନୟାପଲ୍ଲୀ, ବାଣୀବିହାରରେ ସାଂସଦଙ୍କ ଉଦ୍ୟମରେ ଦୁଇଟି ଫୁଟଓଭର ବ୍ରିଜ ନିର୍ମାଣ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.