ETV Bharat / snippets

ନୟାଗଡ଼ରେ ୧୪୪ ଧାରା ଜାରି, ଭୟଭୀତ ନହେବା ପାଇଁ ପ୍ରଶାସନର ସୂଚନା Article 144 Imposed

author img

By ETV Bharat Odisha Team

Published : May 26, 2024, 6:20 PM IST

Article 144 Imposed in Nayagarh
Article 144 Imposed in Nayagarh (ETV Bharat Odisha)

ନୟାଗଡ଼: ଜିଲ୍ଲାରେ ଗତକାଲି (ଶନିବାର) ସନ୍ଧ୍ୟା ୬ଟାରୁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି । ଖଣ୍ଡପଡ଼ା, ରଣପୁର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାପରେ ଏହି ୩ଟି ନିର୍ବାଚନ ମଣ୍ଡଳୀରୁ ଇଭିଏମ୍‌ ଫେରିଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଯାହାଦ୍ବାରା ନୟାଗଡ଼ରେ ଜନଗହଳି ରହିନଥିଲା ଏବଂ ଶାନ୍ତି ଶୃଙ୍ଖଳାର ସହ ଇଭିଏମ୍‌ ସବୁ ପହଞ୍ଚିପାରିଥିଲା । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ନୟାଗଡ଼ ସହରର ସମସ୍ତ ବ୍ୟବସାୟୀମାନେ ଆଜି ନିଜ ନିଜର ଦୋକାନ ଖୋଲା ରଖିପାରିବେ । ଦୋକାନ ଗୁଡ଼ିକରେ ଯେପରି ଗହଳି ନହେବ, ସେଥିପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି । ଜନସାଧାରଣ ଓ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନୟାଗଡ଼ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.