ETV Bharat / snippets

ଶାରଳା ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ସିଲ କଲା ପ୍ରଶାସନ

author img

By ETV Bharat Odisha Team

Published : Jun 26, 2024, 7:51 AM IST

ଶାରଳା ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ସିଲ କଲା ପ୍ରଶାସନ
ଶାରଳା ମନ୍ଦିର ବେଢାରେ ଥିବା ଭୋଗ ଦୋକାନ ସିଲ କଲା ପ୍ରଶାସନ (ETV Bharat Odisha)

ଜଗତସିଂହପୁର: ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ମନ୍ଦିର ବେଢାରେ ଥିବା ଭୋଗ ଦୋକାନକୁ ସିଲ କରିଛି ପ୍ରଶାସନ । ଏହି ଭୋଗ ଦୋକାନକୁ ରଜନୀକାନ୍ତ ରାଉଳ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ନିଲାମରେ ନେଇଥିଲେ । ହେଲେ ସେ ବିଭିନ୍ନ ନିୟମ ଖିଲାପ କରିବା ସହ ଭୋଗ ସାମଗ୍ରୀର ମାନ ଓ ଧାର୍ଯ୍ୟ ମୂଲ୍ୟ ସଠିକ ନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ପରେ ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏହି କାଉଣ୍ଟରକୁ ସିଲ କରିଛି ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ଟିମ । ଏହା ସହ ନିଲାମଧାରୀଙ୍କୁ 5ଦିନ ମଧ୍ୟରେ ପକ୍ଷ ରଖିବାକୁ କୁହାଯାଇଛି । ଯଦି ସେ ଏହାକୁ ଅବମାନନା କରନ୍ତି, ତେବେ ଜମା ଥିବା ଅମାନତ ରାଶିକୁ ବ୍ୟାଜପ୍ତି କରାଯିବା ନେଇ ପ୍ରଶାସନ ଚେତାବନୀ ଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.