ETV Bharat / snippets

କାନ୍ଥ ପଡି 2 ଶ୍ରମିକଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Jun 23, 2024, 9:19 AM IST

SUBARNAPUR WALL COLLAPSE
SUBARNAPUR WALL COLLAPSE (ETV Bharat Odisha)

ସୁବର୍ଣ୍ଣପୁର: ଡ୍ରେନ ସଫା କରିବା ସମୟରେ କାନ୍ଥ ପଡି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ସହରର ଗ୍ରୀଡ଼ କଲୋନୀରେ ଏହି ଅଘଟଣ ଘଟିଛି । ମୃତ ଦୁଇ ଶ୍ରମିକ ସୁବଳୟା ଥାନା ବଡଖମାର ପଞ୍ଚାୟତ ଅନ୍ତର୍ଗତ ରାଧାପୁର ଗାଁର ମନୁ ମିର୍ଦ୍ଧା ଓ ତାଙ୍କ ପତ୍ନୀ ଦୁଲ୍ଳଭ ମିର୍ଦ୍ଧା । ସହରର ଗ୍ରୀଡ଼ କଲୋନୀରେ ଯାଇଥିବା ଡ୍ରେନକୁ ସଫା କରିବାକୁ ଯାଇଥିବା ବେଳ କାନ୍ଥ ପଡିଯାଇଥିଲା । ଫଳରେ ଡ୍ରେନ ତଳେ ଉଭୟ ଚାପି ହୋଇ ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ବିରମହରାଜପୁର ବିଧାୟକ ରଘୁନାଥ ଜଗଦଲା ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରି ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.