thumbnail

By ETV Bharat Odisha Team

Published : Jul 24, 2024, 7:37 AM IST

ETV Bharat / Videos

କେନ୍ଦ୍ର ବଜେଟରେ ଶିକ୍ଷା ପାଇଁ ଅନୁଦାନ; ଉଚ୍ଚଶିକ୍ଷା ଲାଗି ମିଳିବ ୧୦ ଲକ୍ଷ ଲୋନ, ଏମିତି କହିଲେ ଶିକ୍ଷାବିତ୍ - Education budget 2024

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି  । ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସରକାର ଖୁବ କମ ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ । ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଲାଭବାନ ହେବେ । ବର୍ଷକୁ ମାତ୍ର ୩ ପ୍ରତିଶତ ସୁଧହାରରେ ଡାଇରେକ୍ଟ ଇ-ଭାଉଚର ମାଧ୍ୟମରେ ସେମାନଙ୍କୁ ଏହି ଋଣ ଯୋଗାଇ ଦିଆଯିବ ।  

୧୦୦୦ ଆଇଟିଆଇକୁ ହବ୍ ଏବଂ ସ୍ପୋକ୍ ମଡେଲରେ ଅପଗ୍ରେଡ କରାଯିବ । ଶିଳ୍ପ ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମର ବିଷୟବସ୍ତୁ ଓ ଡିଜାଇନ କରାଯିବ  । ଉଦୀୟମାନ ଶିଳ୍ପ ପାଇଁ ଅବଶ୍ୟକ ନୂତନ ପାଠ୍ୟକ୍ରମ ଆରମ୍ଭ ହେବ ।  ଦକ୍ଷତା ବିକାଶ ପାଇଁ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଘୋଷଣା କରାଯାଇଛି । ଏଥିରେ 20 ଲକ୍ଷ ଯୁବକ 5 ବର୍ଷ ମଧ୍ୟରେ ଦକ୍ଷ ହେବେ । ସରକାରୀ ପ୍ରୋତ୍ସାହନ ପାଣ୍ଠିରୁ ଗ୍ୟାରେଣ୍ଟି ସହିତ 7.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଗମ କରିବା ପାଇଁ ମଡେଲ ସ୍କିଲ ଋଣ ଯୋଜନା ସଂଶୋଧିତ ହେବ। ଏହି ପଦକ୍ଷେପ ପ୍ରତିବର୍ଷ 25 ହଜାର ଛାତ୍ରଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: ‘ଏବେ ଓଡିଶାରେ ଡବଲ ଇଞ୍ଜିନ୍ ସରକାର, ତଥାପି....’ ବଜେଟକୁ ନେଇ ବିଭିନ୍ନ ମହଲରେ ଏମିତି ପ୍ରତିକ୍ରିୟା - REACTIONS ON UNION BUDGET


ଅନୁସନ୍ଧାନ, ଆଇଟିଆଇ ଏବଂ ଉଚ୍ଚଶିକ୍ଷା ଋଣରେ ଏହି ଶିକ୍ଷା ବଜେଟ୍ ଆବଣ୍ଟନକୁ ଓଡିଶା ଅଭିଭାବକ ମହାସଙ୍ଗ ସ୍ୱାଗତ କରିଛି। କିନ୍ତୁ ଭାରତରେ NEP କାର୍ଯ୍ୟକାରୀ କରିବା ପାଇଁ ଜିଡିପିର ଅତି କମରେ 13.5% ଆବଣ୍ଟନ କରିବାକୁ ଆଶା ପ୍ରକାଶ କରିଛନ୍ତି । ଏହି ବର୍ଷରେ ଶିକ୍ଷା ଉନ୍ନତି ପାଇଁ ଏହି ବଜେଟ୍ ସହାୟକ ହେବ ନାହିଁ । ଆନ୍ଧ୍ରପ୍ରଦେଶ ଏବଂ ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପରି ଓଡ଼ିଶାରେ ଶିକ୍ଷାଗତ ଭିତ୍ତିଭୂମି ବିକାଶ ପାଇଁ ଓଡିଶା ଅତିକମରେ ଏକ ବଡ ବଜେଟ୍ ଆବଶ୍ୟକ କରୁଛି ବୋଲି ସେ ମତ ରଖିଛନ୍ତି  ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.