ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରୁ ୩ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ - Pregnant Lady

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 3, 2024, 10:35 PM IST

Pregnant Lady carried out by stretcher : ଭବାନୀପାଟଣା : ପୁଣି ଜନନୀ ଯନ୍ତ୍ରଣା । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଲୋକ କଲ୍ୟାଣ ପାଇଁ ସରକାର ଅନେକ ଯୋଜନା କରୁଥିବା ନେଇ ଡିଣ୍ଡିମା ପିଟୁଛନ୍ତି । ହେଲେ ଏବେବି ଅପହଞ୍ଚ ଇଲାକାରେ ସ୍ବପ୍ନ ପାଲଟିଛି ସାଧାରଣ ସୁବିଧା । ଗମନାଗମନ ସୁବିଧା ନଥିବାରୁ ଖଟିଆରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ । ବାରମ୍ବାର ଏଭଲି ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ମଧ୍ୟ ସୁଧୁରି ପାରୁନି ଆମ ବ୍ୟବସ୍ଥା ।  

ଏହା ମଧ୍ୟ ପଢ଼ନ୍ତୁ.... ଢେଙ୍କାନାଳରେ ପିହୁର ମା'କୁ ଅଟକ, ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ପାଇଁ ଯାଉଥିଲେ

କଳାହାଣ୍ଡି ଜିଲ୍ଲା କୋକସାରା ବ୍ଲକ ଅନ୍ତର୍ଗତ କୁଟରୁ ଗାଁର ବିପିଆ ଖାଲୋଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରେ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ପହଞ୍ଚିଥିଲା । ହେଲେ ଗାଁକୁ ରାସ୍ତା ନଥିବା କାରଣରୁ ଗାଁ ଠାରୁ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ନେଇ ଗାଁକୁ ଯାଇଥିଲେ ।  ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚରରେ ବୋହି ଗର୍ଭବତି ମହିଳାଙ୍କୁ ୩ କିଲୋମିଟର ଆଣିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସେପଟେ ଗାଁକୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।  

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.