ପ୍ୟାରିସରୁ ଆସିଲା ଓଡ଼ିଆ ପୁଅ ଅମିତିଙ୍କ ଭିଡିଓ, ଓଡ଼ିଶାବାସୀଙ୍କୁ ଦେଲେ ଧନ୍ୟବାଦ - Amit Rohidas Expresses Gratitude

By ETV Bharat Sports Team

Published : Aug 10, 2024, 10:33 AM IST

thumbnail
AMIT ROHIDAS (ETV BHARAT ODISHA)

ପ୍ୟାରିସ: ଅଲିମ୍ପିକ୍ସରେ ଭାରତୀଯ ପୁରୁଷ ହକି ଟିମ୍‌ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ଖୁସିରେ ଲହରି । ବିଜୟ ପରେ ପ୍ୟାରିସରୁ ଆସିଲା ଭାରତୀୟ ଦଳରେ ଥିବା ଓଡି଼ଆ ପୁଅ ଅମିତ ରୋହିଦାସଙ୍କ ଭିଡିଓ । ପଦକ ଜିତିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ପଦକ ଜିତି ଗର୍ବିତ ବୋଲି କହିଛନ୍ତି ଅମିତ। ଭିଡିଓରେ ଅମିତ କହିଛନ୍ତି, ''ହକି ପ୍ରେମି, କେନ୍ଦ୍ର ସରକାର, ଭାରତୀୟ ହକି, ଓଡି଼ଶା ସରକାର, ଇଣ୍ଡିଆନ ରେଲଓ୍ବେ ଇଷ୍ଟକୋଷ୍ଟ ପ୍ରମୋସନ ବୋର୍ଡ ଏବଂ କିଟ୍‌ ଓ କିସ୍‌ ସ୍ପୋର୍ଡ୍ସ ସମସ୍ତଙ୍କୁ ଧନ୍ୟବାଦ । ଆପଣ ମାନଙ୍କ ଆଶୀର୍ବାଦ ଯୋଗୁଁ ଆମକୁ ବ୍ରୋଞ୍ଜ ମିଳିଲା। ମେଡାଲ ଜିତିକି ମୋତେ ବହୁତ ଖୁସି ଲାଗୁଛି । ପୁରା ଭାରତବାସୀ ଓ ଓଡିଶାବାସୀ ଆମ ପାଇଁ ଗର୍ବିତ । ଜୟ ଜଗନ୍ନାଥ ।''

ଏହା ମଧ୍ୟ ପଢନ୍ତୁ-ଫଟୋରେ ଖବର: ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ମେଡାଲ ଜିତିଲା ଭାରତ, ଦେଖନ୍ତୁ ବିଜୟ ସମୟର ଅଭୁଲା ଦୃଶ୍ୟ - Paris Olympics 2024

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.