ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜଧାନୀବାସୀ, ହର୍ବାଲ ହୋଲି ସାଙ୍ଗକୁ ନାଚଗୀତର ଆସର - Holi 2024

By ETV Bharat Odisha Team

Published : Mar 26, 2024, 8:09 PM IST

thumbnail

Holi Celebration in Bhubaneswar: ଭୁବନେଶ୍ବର: ଏକ ବର୍ଷ ଅପେକ୍ଷା ପରେ ପୁଣି ଫେରିଛି ହୋଲି l ପୁରଠୁ ପଲ୍ଲୀ ସବୁଠି ଉତ୍ସବମୁଖର ପରିବେଶ । ଘରେ ହେଉ କି ବାହାରେ ସବୁଠି ଚାଲିଛି ହୋଲି ସେଲିବ୍ରେସନ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀରେ ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ମାଟି ଠୁ ଆରମ୍ଭ କରି ପବନ ଆଜି ସବୁ ରଙ୍ଗୀନ l ଏହି ରଙ୍ଗୀନ ମାହୋଲରେ ଆଜି ରଙ୍ଗର ପର୍ବ ହୋଲିକୁ ମନାଇଛନ୍ତି ରାଜଧାନୀବାସୀ l  

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀକ୍ଷେତ୍ରରେ ହୋଲି ଖେଳିଲେ ବିଦେଶୀ ପର୍ଯ୍ୟଟକ - Holi 2024

ଜାତି, ଧର୍ମ ବର୍ଣ୍ଣ ଓ ବୟସ ଏ ସବୁର ତାରତମ୍ୟକୁ ଭୁଲି ପରସ୍ପରକୁ ପ୍ରେମର ଓ ଶ୍ରଦ୍ଧାର ଫଗୁ ଲଗାଇ ଖୁସି ମନାଇଛନ୍ତି ଲୋକେ l ପୂର୍ବ ପରମ୍ପରାରୁ ପ୍ରଚଳିତ ହୋଲିକୁ ଏହି ଆଧୁନିକ ସମାଜରେ ବଞ୍ଚାଇ ରଖିବା ପାଇଁ କେମିକାଲ ରଙ୍ଗକୁ ବାଦ ଦେଇ ହର୍ବାଲ ରଙ୍ଗକୁ ସବୁ ସ୍ଥାନରେ ଦିଆଯାଇଛି ଗୁରୁତ୍ଵ l ଏଥିସହ ସବୁ ସ୍ଥାନରେ ପଣା ଓ ମିଠାର ଅସର ଦେଖିବକୁ ମିଳିଥିଲା l ଆଉ ଏହି ହୋଲି ଡ଼ିଜେର ତାଳେ ତାଳେ ଅଣ୍ଟା ହଲାଇ ଠୁମକା ଲଗାଇଛନ୍ତି ଲୋକେ l ତେବେ ରାଜଧାନୀରେ କେଉଁଠି ଫଗୁ ବା ଅବିରରେ ଖେଳ ହୋଇଥିବା ଦେଖିବାକୁ ମିଳିଛି ତ ଆଉ କେଉଁଠି ରେନ ହୋଲିର ମଜା ନେଉଛି ରାଜଧାନୀବାସୀ। 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.