ଭୁବନେଶ୍ବରରେ ଷ୍ଟେସନ ନିକଟରେ ଅଘଟଣ; ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ପ୍ରଭାବିତ - Goods train derail

By ETV Bharat Odisha Team

Published : Jul 26, 2024, 12:57 PM IST

Updated : Jul 26, 2024, 2:29 PM IST

thumbnail
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ (ETV Bharat Odisha)

ଭୁବନେଶ୍ବର: ଭୁବନେଶ୍ବରରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ କଲାପରେ ଏହା ଲାଇନଚ୍ୟୁତ ହୋଇଛି  । ଏହି ମାଲବାହୀ ଟ୍ରେନ ଆଜି (ଶୁକ୍ରବାର) ସକାଳେ ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିଲା । ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଏହାର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଯାଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଲାଇନଚ୍ୟୁତ ହେବା କାରଣରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ଖବର ପାଇ ରେଲୱେ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ ମରାମତି କରୁଥିବା ସୂଚନା ମିଳିଛି । ତେବେ ଟ୍ରେନ କେମିତି ଟ୍ରାକରୁ ଖସିଲା ସେନେଇ କିଛି ଜଣାପଡିନି । ଏହାର ଗୋଟିଏ ବଗି ଟ୍ରାକ ଉପରେ ପଡିରହିଥିବା ଦେଖିବାକୁ ମିଳିଛି । ସକାଳ ପ୍ରାୟ ୮ଟା ୪୫ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ରେଳଲାଇନର ପୁନରୁଦ୍ଧାର କରାଯାଉଛି । ଦୁଇଟି ଲାଇନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇପଡିଛି । ମିଡିଲ ଲାଇନ ଏବଂ ଅଫଲାଇନ କାର୍ଯ୍ୟକ୍ଷମ ରହିଛି । ସେହି ରୁଟରେ ସମସ୍ତ ଟ୍ରେନ ଯାତାୟାତ କରୁଛି ବୋଲି ଡିଆରଏମ ସୂଚନା ଦେଇଛନ୍ତି  ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 26, 2024, 2:29 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.