ନରେନ୍ଦ୍ର ପୋଖରୀ ଅଘଟଣ; SCBରେ ଆହତଙ୍କ ସଂଖ୍ୟା 7, ପ୍ରଶାସନକୁ ଦୋଷ ଦେଲେ ମୃତକଙ୍କ ମା' - Chandan Yatra Mishap Update

By ETV Bharat Odisha Team

Published : May 30, 2024, 4:02 PM IST

thumbnail
CHANDAN YATRA MISHAP UPDATE (ETV Bharat Odisha)

କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ କଟକ ଏସସିବି ଏବଂ ଭୁବନେଶ୍ବରର କିଛି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଟକ ଏସସିବି ମେଡିକାଲରେ ଚାଲିଥିବା ଆହତଙ୍କ ଚିକିତ୍ସା ସମ୍ପର୍କରେ ସୂଚନା ଦେଲେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ । ସେ କହିଛନ୍ତି, "ଏବେ ୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ୩ ଜଣ ପ୍ଲାଷ୍ଟିକ୍ ସର୍ଜରୀ ଏବଂ ୪ ଜଣ ଜେନେରାଲ୍ ସର୍ଜରୀରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ଗୁରୁତର ଆହତ ଆସିୟୁରେ ଥିବା ବେଳେ ଏମାନଙ୍କ ଶରୀରର ଶତପ୍ରତିଶତ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ଥିବା ଆହତଙ୍କ ଚିକିତ୍ସା ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ବିଶେଷଜ୍ଞ ଡାକ୍ତର କରୁଛନ୍ତି । ଜଣେ ଆହତଙ୍କ ଶରୀର ୫୦ରୁ ୬୦ ପ୍ରତିଶତ ପୋଡି ଥିବା ବେଳେ ଅନ୍ୟ ଆହତଙ୍କ ଶରୀର ୩୦ରୁ ୪୦ ପ୍ରତିଶତ ଜଳିଯାଇଛି । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।" ଅନ୍ୟପଟେ ଏହି ଲୋମଟାଙ୍କୁରା ଘଟଣା ସମ୍ପର୍କରେ କହିଛନ୍ତି ଏସସିବିରେ ମୃତ୍ୟୁ ହୋଇଥିବା 15 ବର୍ଷୀୟ ନାବାଳକଙ୍କ ମା'। ଏହି ଘଟଣାକୁ ନେଇ ପ୍ରଶାସନର ଅବହେଳା ବୋଲି ସେ କହିଛନ୍ତି । ତେବେ ଏଭଳି ଘଟଣା ଯେପରି ଆଗକୁ ନହୁଏ ସେନେଇ ପ୍ରଶାସନ ଏବେଠୁ ଚେତିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆହତଙ୍କ ପରିବାର । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.