ଶୈଳ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା, ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ - DEVA SNANA PURNIMA IN ANGUL

By ETV Bharat Odisha Team

Published : Jun 22, 2024, 5:47 PM IST

thumbnail
DEVA SNANA PURNIMA IN ANGUL (ETV Bharat Odisha)

DEVA SNANA PURNIMA IN ANGUL: ଅନୁଗୋଳ: ଆଜି ପବିତ୍ର ସ୍ନାନ ଯାତ୍ରା ତଥା ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଚତୁର୍ଦ୍ଧା ମୂର୍ତ୍ତି ଆଜି ରତ୍ନ ସିଂହାସନ ଛାଡି ସ୍ନାନ ମଣ୍ଡପରେ ବିଜେ ହୋଇ ୧୦୮ ଗରା ଜଳରେ ସ୍ନାନ କରବା ପରେ ଗଜ ବେଶରେ ଦର୍ଶନ ଦିଅନ୍ତି । ଯାହାର ସମସ୍ତ ରୀତିନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ବହୁ ଆଡ଼ମ୍ବର ସହ ପାଳନ କରାଯାଇଛି । 

ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା ନୀତି ସମ୍ପୂର୍ଣ୍ଣ ହୋଇଛି । ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ଦ୍ୱରାଫିଟା , ମଇଲମ, ତାପଦଲାଗି ଅବକାଶ ଓ ସକାଳ ଧୂପ ପରେ ଠାକୁରମାନଙ୍କୁ ଗୋଟି ପହଣ୍ଡି ଆଣି ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ବତନ୍ତ୍ର ନୀତିକାନ୍ତି ପରେ ୧୦୮ ଗରା ପାଣିରେ ସ୍ନାନ କରାଯାଇଥିଲା । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ ହୁଳହୁଳି ଧ୍ୱନୀରେ ପୁରା ଶୈଳ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇ ଉଠିଥିଲା । ଠାକୁରଙ୍କ ଏହି ମାନବୀୟ ଲିଳା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସଂଧ୍ୟା ଗଜବେଶ ଦର୍ଶନ ପାଇଁ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.